29.1 C
Bhubaneswar
Wednesday, May 8, 2024
Homeମନୋରଞ୍ଜନବଲିଉଡ ଉପରେ ଆରୋପ ଲଗାଇଛନ୍ତି ସୁଶାନ୍ତ ସିଂଙ୍କ ଭଉଣୀ

ବଲିଉଡ ଉପରେ ଆରୋପ ଲଗାଇଛନ୍ତି ସୁଶାନ୍ତ ସିଂଙ୍କ ଭଉଣୀ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ବଲିଉଡ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା | ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିବା ସହ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା କହିଥିଲା ପୁଲିସ | ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ | ପରିବାର ପାଇଁ ସୁଶାନ୍ତଙ୍କୁ ଭୁଲିବା ସମ୍ଭବ ନଥିବା ବେଳେ ଏବେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ବଡ ଆରୋପ ଲଗାଇଛନ୍ତି ମୋ ଭାଇକୁ ବଲିଉଡ କେବେ ଗ୍ରହଣ କରିନଥିଲା ବୋଲି କହିଛନ୍ତି ଶ୍ୱେତା | ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଯେତେବେଳେ ଏମଏସ ଧୋନି ମୁକ୍ତିଲାଭ କଲା, ସେତେବେଳେ ଜଣେ ଅଭିନେତାଙ୍କ ପୁଅର ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା। ସମସ୍ତେ ଅଭିନେତାଙ୍କ ପୁଅର ଫିଲ୍ମକୁ ପ୍ରଶଂସା କରୁଥିଲେ, ତାଙ୍କ ବିଷୟରେ ଲେଖୁଥିଲେ | କିନ୍ତୁ ମୋ ଭାଇ ଭଲ କାମ କରିଥିଲେ ବି କେହି ତାଙ୍କ ବିଷୟରେ ଲେଖୁ ନଥିଲେ | ଏହା ତାଙ୍କୁ ବହୁତ ବାଧୁଥିଲା | ଯଦି ତୁମେ କିଛି ଭଲ କରିଛ, ତେବେ ଲୋକମାନେ ତୁମକୁ ପ୍ରଶଂସା କରନ୍ତୁ ବୋଲି ତୁମେ ଚାହିଁବ | ହେଲେ ମୋ ଭାଇକୁ କେବେବି ବଲିଉଡରେ ସେଭଳି ପ୍ରଶଂସା ବା ଗ୍ରହଣୀୟତା ମିଳିନଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking