ହତ୍ୟା ନା ଆତ୍ମହତ୍ୟା ଆଜି ଉଠିବ ପରଦା..

ମୁମ୍ବାଇ : ଆଜି ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ଡେଥ ମିଷ୍ଟ୍ରି ଉପରୁ ହଟିପାରେ ପରଦା ।ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ନା ସେ ଆତ୍ମହତ୍ୟା କରିଥିଲେ, ଆଜି ସେ ରହସ୍ୟ ଉପରୁ ପରଦା ଉଠିବ। ଖୁବ୍ ଶୀଘ୍ର ଏମ୍ସର ଫରେନସିକ୍ ଟିମ୍ ଅଭିନେତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିବ ଜ୍ଝ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବ। ଏହାପୂର୍ବରୁ କଲିନା ଫରେନସିକ୍ ସୁଶାନ୍ତଙ୍କ ଭିସେରା ରିପୋର୍ଟରେ ତାଙ୍କ ଶରୀରରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ନଥିବା ସ୍ପଷ୍ଟ କରିଥିଲା।
ତେବେ ଆଜି ନୂଆ ଭିସେରା ରିପୋର୍ଟ ସୁଶାନ୍ତଙ୍କ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଥିଲା କି ନାହିଁ ତାହା ପ୍ରକାଶ କରିବ। ଏନସିବି, ଇଡି, ସିବିଆଇ ସୁଶାନ୍ତ ମାମଲାର ତଦନ୍ତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ତିନିଜଣଙ୍କ ଅନୁସନ୍ଧାନରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଏଭଳି ପରିସ୍ଥିତିରେ ଭିସେରା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।ସୂଚନାଯୋଗ୍ୟ, ଗତ ଜୁନ ମାସ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here