30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଟ୍ୱିନ ସିଟିରେ ଆକ୍ସନ ମୋଡ଼୍‌ରେ କମିଶନରେଟ ପୋଲିସ

ଟ୍ୱିନ ସିଟିରେ ଆକ୍ସନ ମୋଡ଼୍‌ରେ କମିଶନରେଟ ପୋଲିସ

ଭୁବନେଶ୍ୱର :ଟ୍ୱିନ ସିଟିରେ କରୋନା ସଂକ୍ରମଣ ବଢିଚାଲିଛି । କରୋନା କଟକଣାରେ ଢିଲା ପରେ ଏବେ ଆକ୍ସନ ମୋଡ଼୍‌ରେ କମିଶନରେଟ ପୋଲିସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ । ଦୋକାନଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୧୯ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପି ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking