33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମାଲବାହୀ ଟ୍ରେନ ଧକ୍କାରେ ସୁପରଭାଇଜରଙ୍କ ମୃତ୍ୟୁ

ମାଲବାହୀ ଟ୍ରେନ ଧକ୍କାରେ ସୁପରଭାଇଜରଙ୍କ ମୃତ୍ୟୁ

ମୟୂରଭଞ୍ଜ: ମାଲବାହୀଟ୍ରେନ ଧକ୍କାରେ ରେଳଧାରଣା ନିର୍ମାଣ ଦାୟିତ୍ବରେ ଥିବା ଠିକାସଂସ୍ଥା ସୁପରଭାଇଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ। ମୟୂରଭଂଜ ଜିଲ୍ଲାର ଟାଟା-ବାଦାମପାହାଡ ରେଳପଥରେ ବାଦାମପାହାଡରୁ ଏକ ମାଲବାହୀ ଟ୍ରେନ ଟାଟାନଗର ଅଭିମୁଖେ ଆଜି ଦିନ ୧୨.୪୫ରେ ଯାଉଥିବାବେଳେ ଛଣୁଆ ଷ୍ଟେସନ ପାଖରେ ରେଳପଥ ନିର୍ମାଣ କରୁଥିବା ଠିକାସଂସ୍ଥାର ସୁପରଭାଇଜର କାର୍ଯ୍ୟରତ ଥିବାବେଳେ ଧକ୍କା ଦେଇ ଟାଟା ଅଭିମୁଖେ ଚାଲି ଯାଇଥିଲା । ଟ୍ରେନ ଧକ୍କାରେ କାର୍ଯ୍ୟରତ ସୁପରଭାଇଜରଙ୍କ ଗୋଡ କଟି ଯାଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ସୁପରଭାଇଜର ଅଙ୍କିତ ମିଶ୍ର ପଡୋଶୀ ଝାଡଖଣ୍ଡରାଜ୍ୟ ଖରସୁଆଁ ଅଞ୍ଚଳର ବୋଲି ଜଣାପଡିଛି । ଏହି ସମୟରେ ଅନ୍ୟ ଏକ ମାଲବାହୀ ଟ୍ରେନ ଟାଟାନଗରରୁ ବାଦାମପାହାଡ ଆସୁଥିଲା ବେଳେ ଉତ୍ୟକ୍ତ ଲୋକମାନେ ମୃତକର କ୍ଷତିପୂରଣ ଦାବିକରି ମାଲବାହୀ ଟ୍ରେନକୁ ଅଟକ ରଖିବା ସହିତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି। ତେବେ ରେଳବିଭାଗ ପୋଲିସ ଏବଂ ବିଭାଗୀୟ ଅଧିକାରୀ ବହୁ ବିଳମ୍ବରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ସମାଧାନ ପାଇଁ ଆଲୋଚନା ଚଳାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking