29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶବୀମାଭୁକ୍ତ ମୋଟ୍ ରାଶି ୮୨,୦୦୦ କୋଟିରୁ ୨କୋଟି ୭୧ହଜାର ୨୯୫ ଟଙ୍କାକୁ ବୃଦ୍ଧି ପାଇଛି: କେନ୍ଦ୍ର...

ବୀମାଭୁକ୍ତ ମୋଟ୍ ରାଶି ୮୨,୦୦୦ କୋଟିରୁ ୨କୋଟି ୭୧ହଜାର ୨୯୫ ଟଙ୍କାକୁ ବୃଦ୍ଧି ପାଇଛି: କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ରାଜ୍ୟସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଶେଷ ସଫଳତା ବିଷୟରେ ଗୃହକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବିଶ୍ୱର ସର୍ବବୃହତ୍ ଫସଲ ବୀମା ଯୋଜନା ଭାବେ ଅଭିହିତ ତଥା ପ୍ରଶଂସା କରିବା ପୂର୍ବକ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ବର୍ଷରେ ଅଣଋଣଗତ ବୀମା ଆବେଦନ ସଂଖ୍ୟା ୨୦,୦୦୦ରୁ ୫ କୋଟିକୁ ବୃଦ୍ଧି ପାଇଛି । ସେହିପରି ଋଣକରିନଥିବା ଚାଷୀଙ୍କ ସଂଖ୍ୟା ୨୭ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବୀମାଭୁକ୍ତ କ୍ଷେତ୍ର (ଫସଲ ଜମି ପରିମାଣ) ବର୍ତ୍ତମାନ ୫ କୋଟି ୯୮ ଲକ୍ଷ ହେକ୍ଟର ହୋଇଛି । ବୀମାଭୁକ୍ତ ମୋଟ୍ ରାଶି ୮୨,୦୦୦ କୋଟିରୁ ୨କୋଟି ୭୧ହଜାର ୨୯୫ ଟଙ୍କାକୁ ବୃଦ୍ଧି ପାଇଛି । କୃଷକଙ୍କୁ ବର୍ତ୍ତମାନ ୧୬,୪୪୨ କୋଟି ଟଙ୍କା ପ୍ରିମିୟମ୍ ଉପରେ ୬୩,୬୧୭ କୋଟି ଟଙ୍କାର କ୍ଲେମ୍ (ଦାବି) ତୁଳନାରେ ଏବେ  ୩୨,୪୪୦ କୋଟି ପ୍ରିମିୟମ୍ ଉପରେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା କ୍ଲେମ୍ ଅର୍ଥ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking