31.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥ

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥ

ଭୁବନେଶ୍ୱର: କରୋନାକୁ ପରାସ୍ତ କଲେ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ  ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ଶ୍ରୀମତି ସରୋଜିନୀ ପଟ୍ଟନାୟକ ।
କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର । କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମଧୁମେହ ରୋଗରେ ପିଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ । କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍ ଅପ୍ରାଣ ଉଦ୍ୟମ କରିଥିଲେ ।
ସୋମବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସରୋଜିନୀ ଓ ତାଙ୍କ ପରିବାର ସମ୍ କୋଭିଡ୍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉତମ ଚିକିତ୍ସା ଯୋଗୁଁ ତାଙ୍କ ଜେଜେ ମା’ କରୋନାକୁ ପରାସ୍ତ କରିପାରିଲେ ବୋଲି କହିଛନ୍ତି ସରୋଜିନୀଙ୍କ ନାତି ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ।
କେବଳ ସରୋଜିନୀ ନୁହଁନ୍ତି ତାଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking