34.1 C
Bhubaneswar
Wednesday, May 6, 2026
Homeଓଡିଶାସୌମ୍ୟାଶ୍ରୀ ଆତ୍ମାହୁତି ଓ ସମୀର ସାହୁ ସଂପୃକ୍ତି ଘଟଣାରେ ଦେବୀ ମିଶ୍ରଙ୍କ ହାତ!

ସୌମ୍ୟାଶ୍ରୀ ଆତ୍ମାହୁତି ଓ ସମୀର ସାହୁ ସଂପୃକ୍ତି ଘଟଣାରେ ଦେବୀ ମିଶ୍ରଙ୍କ ହାତ!

ବାଲେଶ୍ୱର: ସୈାମ୍ୟାଶ୍ରୀ ଆତ୍ମାହୁତି ଓ ସମୀର ସାହୁ ସଂପୃକ୍ତି ଘଟଣାରେ ନିରପେକ୍ଷ ତଦନ୍ତ ହେଉ ପ୍ରଛଦପଟରେ ଦେବୀ ମିଶ୍ରଙ୍କ ହାତ ଥିବା ନିଶ୍ଚିତ। ବଡ଼ମ୍ବା ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ସମୀର ସାହୁ ତେଣୁ ପୂର୍ବ ସରକାରରେ ତାଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ପ୍ରାଧ୍ୟାପକ ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ୍ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବା ବେଳେ ଶ୍ରୀ ସାହୁ ଜନୈକ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।।

ସମୀର କୁମାର ସାହୁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଏଜୁକେସନ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ ରୁ ୨୦୨୩ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାର୍ଯ୍ୟକାଳ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଳାସ୍‌ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଳାସରେ ଅଟକାଇ ରଖୁଥିଲେ । ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ଧରାପଡ଼ିଥିଲେ । ଅନେକ ସମୟରେ ପଢ଼ାଇବା ବାହାନାରେ ଛାତ୍ରୀ ରହୁଥ‌ିବା ମେସ୍ ଓ ହଷ୍ଟେଲକୁ ଯାଇ ସମୟ ଅତିବାହିତ କରୁଥିଲେ ।।

ନିରୋଳାରେ ମଧ୍ୟ ଛାତ୍ରୀଙ୍କୁ ନେଇ ବୁଲାବୁଲି କରି ଧରାପଡ଼ିଥିଲେ । ତାଙ୍କର ଚାରିତ୍ରିକ ଦୋଷ ଦୁର୍ବଳତା ଯୋଗୁଁ କଲେଜର ଅନେକ ସହକର୍ମୀ ତାଙ୍କୁ ପସନ୍ଦ କରୁ ନଥିଲେ । ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥ‌ିବା ନେଇ ଶୁଣିବାକୁ ମିଳିଛି । ଶ୍ରୀ ସାହୁଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ବିଧାରପୁର ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କବ୍ଜାରେ ରଖି ଛାତ୍ରଛାତ୍ରୀକୁ ବ୍ଲାକ୍‌ମେଲିଂ କରୁଥିଲେ ମଧ୍ୟ ପୂର୍ବ ସରକାରରେ ତାଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇନଥିଲା । ବାଲେଶ୍ଵର ଘଟଣା ପରେ ଏବେ ଅନେକ ସହକର୍ମୀ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking