32.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମଦ ପିଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମାନ୍ !

ମଦ ପିଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମାନ୍ !

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାରେ ବଡ ହଙ୍ଗାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଦ୍ୟପାନ କରି ବିଧାନସଭା ଆସିଥିବାର ଅଭିଯୋଗ ହୋଇଛି। ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା ଆଲକୋହଲ୍‌ ଟେଷ୍ଟ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ଙ୍କର ଆଲକୋହଲ୍‌ ଟେଷ୍ଟ ଦାବି କରିଛନ୍ତି ବାଜଓ୍ବା। ଶ୍ରମିକ ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଅଧିବେଶନ ବେଳେ ହଙ୍ଗାମା ହୋଇଛି। ସାଂସଦ ସ୍ଵାତୀ ମାଲିଓ୍ବାଲ ମାନ୍‌ଙ୍କ ଏକ ଭିଡିଓ ସେୟାର କରିବା ପରେ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମାନ୍ ବିଧାନସଭାକୁ ମଦ ପିଇ ଆସୁଥିବା ସ୍ଵାତୀ ଅଭିଯୋଗ କରିଛନ୍ତି। ସ୍ଵାତୀଙ୍କ ଅଭିଯୋଗ ପରେ ମାନ୍‌ଙ୍କୁ ବିରୋଧୀ ମାନେ ପ୍ରବଳ ବିରୋଧ କରିଛନ୍ତି। ସେପଟେ ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବାଚସ୍ପତି। କଂଗ୍ରେସ ନାଟକ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମାନ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking