32.1 C
Bhubaneswar
Thursday, May 2, 2024
Homeଓଡିଶାସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି

ସମ୍‌ରେ କୋଭିଡ୍‌-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି

 

ଭୁବନେଶ୍ୱର : ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ । ଏହି ରୋଗକୁ କିପରି ପ୍ରତିରୋଧ
କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ
ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି ।
ଶୁକ୍ରବାର ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି ।
ଉତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ
ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତବ ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା । ଓଡ଼ିଶା
ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍‌କୁ ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ୍ ରୁମ୍‌, ଭ୍ୟାକ୍ସ ିନ୍ ରୁମ୍ ଓ
ଅବ୍‌ଜର୍‌ଭେସନ୍ ରୁମ୍ ଭାବେ ବ୍ୟବହୃତ ହେବ । ଏହି ରୁମ୍‌ଗୁଡ଼ିକର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମ୍ୟୁନାଇଜେସନ୍ ଅଫିସର୍‌
ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ
ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ବିଭାଗର କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ ।
ମୂଖ୍ୟତଃ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି
କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ
ଅଫିସର ଡଃ ସି.ଭି.ଏସ୍‌.ଏନ୍‌. ରାଓ, ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଚାଇଲ୍ଡ ଅଫିସର ଡଃ ଆର୍‌. ପି. ଶତପଥୀ, ଷ୍ଟେଟ୍ ଇମ୍ୟୁନାଇଜେସନ୍‌
ଅଫିସର ଡଃ ତାପସ ପାତ୍ର, କମ୍ୟୁନିଟି ମେଡିସିନ୍ ବିଭାଗରର ମୁଖ୍ୟ ଅଧ୍ୟାପକ ଡଃ ତ୍ରିଲୋଚନ ସାହୁ, ପ୍ରଫେସର (ଡଃ) ଇ.
ଭେଙ୍କଟ ରାଓ, ମେଡିସିନ୍ ବିଭାଗର ପ୍ରଫେସର (ଡଃ) ଏସ୍‌. କବି, ଶିଶୁ ବିଭାଗର ମୁଖ୍ୟ ଡଃ ମମତା ଦେବି ମହାନ୍ତି, ଡଃ
ଲିପିଲେଖା ପ…ନାୟକ, ଡଃ ଜ୍ୟୋତିରଞ୍ଜନ ସାହୁ , ଇମ୍‌ୁ୍ୟନାଇଜେସନ୍ ଅଫିସର ଡଃ ସୁମିତା ଶର୍ମା , ବାୟୋମେଡିକାଲ୍ ଅଫିସର
ଡଃ ପ୍ରେମନାଥ ତାଣ୍ଡି, ଡଃ ସ୍ମିତାଭ ବାରିକ, ଏଫ୍‌.ଓ.ଏମ୍ ପୁଷ୍ପାଞ୍ଜଳି ରାଉତ, ଉପ ନିର୍ଦ୍ଦେଶକ ପ୍ରିୟବ୍ରତ ଦାସ, ଡଃ ଲିଙ୍ଗରାଜ. ରଥ,
ଏବଂ ଓ.ଏସ୍‌.ଡି. ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking