28.1 C
Bhubaneswar
Thursday, March 28, 2024
Homeଓଡିଶାଫୂଟବଲ ଖେଳାଳିଙ୍କ ପ୍ରତିଭା ବିକାଶ ପାଇଁ ଆଗେଇ ଆସିଲେ ସୁକିନ୍ଦା ବିଧାୟକ

ଫୂଟବଲ ଖେଳାଳିଙ୍କ ପ୍ରତିଭା ବିକାଶ ପାଇଁ ଆଗେଇ ଆସିଲେ ସୁକିନ୍ଦା ବିଧାୟକ

ଯାଜପୁର : ଯାଜପୁର ଜିଲାରେ ଅନେକଙ୍କର ପ୍ରତିଭା ରହିଛି । ଅର୍ଥ ଅନାଟନ ବାଧକ ସାଜିଛି । ଅନ୍ତର୍ହିତ ପ୍ରତିଭା ସ୍ଫସ୍ପୃଟିତ ହୋଇ ପାରୁନାହଁ । ବଣମଲ୍ଲୀ ବଣରେ ଫୁଟି ବଣରେ ଜରି ପଡୁଛି । ତାହାର ବାସନା କେହି ଜାଣି ପାରୁ ନାହାଁନ୍ତି ଠିକି ସେହି ଭଳି ଏହି ଜିଲାରେ ଥିବା ବହୁ ପ୍ରତିଭାବାନ ସେମାନଙ୍କ ବୌଦ୍ଧିକ ଜ୍ଞାନ ପ୍ରକାଶ ହୋଇ ପାରୁନି । କ୍ରୀଡା, ସଂଗୀତ, ନୃତ୍ୟ, ଲେଖକ, ବିଭିନ୍ନ କୁଟୀର ଶିଳ୍ପ ପ୍ରଭୁତି କ୍ଷେତ୍ରରେ ବହୁ ପ୍ରତିଭାବାନ ନିଜର ପ୍ରଦର୍ଶ କରି ନାମ ଅର୍ଜୁନ କରିଥିଲେ ମଧ୍ୟ ଲୋକଲୋଚନକୁ ଆସି ପାରୁନି । ବଣମଲ୍ଲୀ ବଣରେ ପୁଟି ଝରି ପଡୁଛି ସେହି ଭଳି ସେମାନଙ୍କ ଠାରେ ଲୁକାହିତ ପ୍ରତିଭା ପ୍ରସ୍ପୁଟିତ ହୋଇ ପାରୁନାହଁ । ବାଧକ ସାଜୁଛି ଅର୍ଥ । ଏହାର ଦୁଷ୍ଟାନ୍ତ ଦେଖିବାକୁ ମିଳିଛି ସୁକିନ୍ଦା ନିର୍ବାଚନମଣ୍ଡଳୀ ଦୁଧଜୋରି ପଂଚାୟତ ସମିଲି ସାହିର ଲଷ୍ମୀମୁଣ୍ଡାଙ୍କ କ୍ଷେତ୍ରରେ ସେ ଜଣେ ଭଲ ଫୁଟବଲ ଖେଳାଳି । ଆର୍ଥିକ ପରିସ୍ଥିତି ଯୋଗୁ ଫୁଟବଲ ଖେଳ ଅଭ୍ୟାସ ଛାଡି ଧାନ ବିଲରେ କାଯ୍ୟ କରିବାକୁ ବାଧ୍ୟ ହେଲେ । ଖବର ପାଇଁ ତାହାର ପ୍ରତିଭା କୁବିକାଶ କରିବାକୁ ସୁକିନ୍ଦା ବିଧାୟକ ଇ ପ୍ରୀତିରଞ୍ଜନ ଘଡ଼ାଇ ଅଣ୍ଟା ବିଡ଼ିଛନ୍ତି ।
ଆର୍ଥିକ ଅନଟନ ଦୂର କରି ଜାତୀୟ ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କ ପ୍ରତିଭାର ବିକାଶ ଲାଗି ପ୍ରୟାସ ଆରମ୍ଭ ହୋଇଛି। ଲକ୍ଷ୍ମୀଙ୍କ କ୍ରୀଡ଼ା ଅଭ୍ୟାସ ଜାରି ରଖିବା ଲାଗି ଓଡ଼ିଶା ଫୁଟବଲ ଆସୋସିଏସନର ସଭାପତି ଦେବାଶିଷ ସାମନ୍ତରାୟକଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଏହାସହ +3 ଅର୍ଥନୀତି ସମ୍ମାନର ଛାତ୍ରୀ ଲକ୍ଷ୍ମୀଙ୍କୁ ସରକାରୀ ଚାକିରିରେ ନିଜୁକ୍ତି ପ୍ରଦାନ ଲାଗି ବିଧାୟକ ଘଡ଼ାଇ କ୍ରୀଡ଼ା ବିଭାଗକୁ ସୁପାରିଶ କରିଛନ୍ତି।କ୍ରୀଡ଼ା ଅଭ୍ୟାସ ସହ ଚାକିରି ମିଳିଲେ ସୁକିନ୍ଦା ଦୁଧଯୋରୀ ପଞ୍ଚାୟତ ସମିଲି ସାହିର ଗରିବ ଆଦିବାସୀ ଝିଅ ଲକ୍ଷ୍ମୀଙ୍କ ପ୍ରତିଭା ପ୍ରସ୍ପୁଟିତ ହୋଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking