ଏକ ହଜାର ଟଙ୍କା ଲାଞ୍ଚ ଦେଇନପାରି ଆବାସ ଯୋଜନାରୁ ବଞ୍ଚିତ ହେଲେ ଆଦିବାସୀ ବୃଦ୍ଧା ବିଧବା ମହିଳା

Unable to pay thousands of rupees in bribes, they are excluded from the housing scheme At Mayurbhanj

ମୟୂରଭଞ୍ଜ : ବର୍ତ୍ତମାନର ସରକାରୀ ବ୍ୟବସ୍ଥାରେ ଲାଞ୍ଚ ନେବା ଆଉ ଦୁର୍ନୀତି ନୁହେଁ ବରଂ ସରକାରୀବାବୁ ମାନଙ୍କ ଅଧିକାର ବୋଲି କଟାକ୍ଷ କରି ଆଲୋଚନା ହେଉଛି। ତେବେ ରାଜ୍ୟ ସରକାର ‘୫T ‘ଏବଂ ‘ମୋସରକାର’ ଭଳି କାର୍ଯ୍ୟକ୍ରମର ଭେଳିକି ସୃଷ୍ଟି କରୁଥିଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଠି ଆମେ କହୁଛୁ ଜଣେ ଆଦିବାସୀ ବୃଦ୍ଧା ବିଧବା ମହିଳାଙ୍କ କଥା। ଯିଏକି ଲାଞ୍ଚଟଙ୍କା ଦେଇ ନ ପାରିବାରୁ ଆବାସ ଯୋଜନାରେ ସରକାରୀ ଘର ପାଇବାରୁ ବଞ୍ଚିତ ହୋଇ ସମ୍ଭାବ୍ୟ ବିପଦ ଜାଣି ସୁଦ୍ଧା ନିରୁପାୟ ହୋଇ ଭଙ୍ଗାଦଦରା ନଡାଛପର ଘରେ ରହିବାକୁ ବାଧ୍ୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ୫Tର ନାରାଦେଇ ଧୋକା ଦେଉଛନ୍ତି ସରକାର,ଗରିବିର ଉପହାସ କରୁଛନ୍ତି ସରକାରୀ ବାବୁ ମାନେ। ଜଣେ ଅସହାୟ ବୃଦ୍ଧାଙ୍କ ଅଧିକାରକୁ ଛଡେଇ ନେଇଛନ୍ତି ସରକାରୀବାବୁ ଆଉ ତାଙ୍କ ବ୍ୟବସ୍ଥା। ଶବ୍ଦକୋଷର ସବୁ ଶବ୍ଦ କମ ପଡିଯିବ ଏଭଳି ଏକ ସମ୍ବେଦନଶୀଳ ଏବଂ ଲଜ୍ୟାଜନକ ଘଟଣା ଲେଖିବାକୁ। ଏକାହାଣୀ ହେଉଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ କାଞ୍ଜିଆ ଗ୍ରାମର ଅସହାୟ ବୃଦ୍ଧା ଗାୟମଣି ସିଂ ଙ୍କର। ବୟସ ପାଖାପାଖି ୭୦। ବାଡ଼ି ନ ଧରିଲେ ଅଣ୍ଟା ବି ସଳଖ ହୁଏନି।ଦୀର୍ଘଦିନ ହେଲା ସ୍ୱାମୀ ଛାଡି ଚାଲିଗଲା ପରେ ଏବେ ଏକା ଜୀବନ କାଟୁଛନ୍ତି ଗୟାମଣୀ।ଝାଟିମାଟି ଘର ତଳେ କଟୁଛି ଜୀବନ। ଘରଟିର ଅବସ୍ଥା ଯାହା କେତେବେଳେ ବି ଭାଙ୍ଗି ଯାଇପାରେ। ଛିଣ୍ଡା ପଲିଥିନ ଖଣ୍ଡେ ଢକେଇ ଦେଇଥିବାରୁ କୌଣସି ପ୍ରକାରେ ବର୍ଷା ଦାଉରୁ ମିଳୁଛି ମୁକ୍ତି। ଘରଖଣ୍ଡେ ପାଇଁ ସରକାରୀବାବୁଙ୍କୁ ନେହୁରା ହେଇ ଥକି ଗଲେଣି ବୃଦ୍ଧା ଜଣକ। ଗାଁ ର ଟାଉଟରଦଲାଲ କୁଜିନେତା ଏବଂ ସରକାରୀ ବ୍ୟବସ୍ଥାର ଥିବା ଲୋକମାନେ ୧୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଘର ଖଣ୍ଡିଏ ପାଇଁ। ହେଲେ ଗରିବ ଅସହାୟ ଗୟାମଣି ଟଙ୍କା ଦେଇ ନ ପାରିବାରୁ ଘର ଖଣ୍ଡିଏ ପାଇଲେନି।
କେଉଁଠି ରହିଲା ଭୁଲ। ଗରିବର ଗରିବିରେ ନା ସରକାରୀ ବ୍ୟବସ୍ଥାରେ। ଜଣେ ଗରିବ ଖଟିଖିଆର ଅଧିକାରକୁ ଛଡେଇ ନେଲା କିଏ। ଲାଞ୍ଚ ଟଙ୍କା ଦେଇ ନ ପାରିବାରୁ ସରକାରୀ ବ୍ୟବସ୍ଥାରେ ଆବାସ ପାଇଁ ହକଦାର ହୋଇ ମଧ୍ୟ ନିଜ ହକରୁ ବଞ୍ଚିତ ହୋଇଛନ୍ତି ଗୟାମଣି । ତେବେ ଏଇକଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନିର୍ମଳ ଶାସନ, ସ୍ୱଚ୍ଛ ପ୍ରଶାସନ’। ଯୋଉଥିପାଇଁ ଗୟାମଣିର ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକମାନେ କହୁଛନ୍ତି ସ୍ଥାଣୁ ସରକାର ପ୍ରବୀଣ ପ୍ରଶାସନ ଅସହାୟ ଜନସାଧାରଣ। ଏଇ ଅସହାୟ ବୃଦ୍ଧା ଗୟାମଣିର କାହାଣୀ ଶୁଣିଲା ପରେ ମୁଖ୍ୟମନ୍ତ୍ରୀ କିମ୍ୱା ୫ଞ ସଚିବଙ୍କ ଦପ୍ତର ପକ୍ଷରୁ ହସ୍ତକ୍ଷେପ କରି ଉପେକ୍ଷିତ ଗୟାମଣିଙ୍କୁ ଯୋଜନାରେ ସାମିଲ କରି ବାସଗୃହ ଯୋଗାଇ ଦେବା ସହିତ କର୍ତ୍ତବ୍ୟ ସମ୍ପାଦନରେ ନିରପେକ୍ଷତାକୁ ବଳି ପକାଇ ଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେକି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ପଦକ୍ଷେପ ଉପରେ।

LEAVE A REPLY

Please enter your comment!
Please enter your name here