29.1 C
Bhubaneswar
Tuesday, May 19, 2026
Homeଓଡିଶାଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକ ଉଦ୍ଧାର

ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକ ଉଦ୍ଧାର

ବରଗଡ଼ : ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲା ରେସକ୍ଯୁ ଟିମ। ଛତିଶଗଡ଼ରୁ ଆସିଥିବା ୧୭ ଜଣ ପର୍ଯ୍ୟଟକ ଜଙ୍ଗଲ ଭିତରେ ଫସି ରହିଥିଲେ। ଗତକାଲି ରାତିର ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟ ସଫଳ ହୋଇ ପାରି ନଥିଲା। ଅନ୍ୟପଟେ ଘଞ୍ଚ ଅରଣ୍ୟରେ ପାହାଡ଼ ଚଡ଼ି ଅନ୍ଧାର ରାତିରେ ପର୍ଯ୍ୟଟକଙ୍କ ନିକଟକୁ ଉଦ୍ଧାରକାରୀ ଟିମ୍ ପହଞ୍ଚି ପାରିନଥିଲେ। ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ୪୦ ଜଣିଆ ଟିମ ଗଠନ କରାଯାଇଛି। ଏହି ରେସକ୍ୟୁ ଅପରେସନରେ DVF, ପୋଲିସ, ଅଗ୍ନିଶମ ବିଭାଗ ଓ ବନ ବିଭାଗ ମିଳିତ ଭାବେ ସାମିଲ ଅଛନ୍ତି। ବର୍ତ୍ତମାନ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking