39.1 C
Bhubaneswar
Friday, April 26, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

 
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଳା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତିମୁଣ୍ଡା ପଞ୍ଚାୟତ ଦାଦାରାଡ଼ି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ଚଞ୍ଚଳା ପ୍ରଧାନ ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ରରେ ସ୍ୱାମୀ ସୁକଦେବ ପ୍ରଧାନ ଓ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ସ୍ତ୍ରୀ ଜଣକ ଘରେ ଥିବା କିଛି ବିଷ ପିଇଦେଇଥିଲା । ଗୁରୂୁତ୍ୱର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମଙ୍ଗଳବାର ରାତ୍ରରେ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାରେ ସାମାନ୍ୟ ଉନ୍ନତି ଆସିବା ପରେ ମହିଳା ଜଣକ ଘରକୁ ଚାଲିଯାଇଥିଲେ ମଧ୍ୟ ଗୁରୁବାର ପୁଣି ସେ ଗୁରୁତର ହୋଇ ପଡ଼ିଥିଲେ । ବୁଧବାର ସନ୍ଧ୍ୟାରେ ତାଙ୍କୁ ପୁଣିଥରେ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ଗୁରୁବାର ସକାଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏନେଇ ବ୍ରାହ୍ମଣୀଗାଁ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
https://onakhabar.com/2019/12/27/gas-cylinder/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking