30.1 C
Bhubaneswar
Wednesday, April 24, 2024
Homeଓଡିଶାସୂର୍ଯ୍ୟପରାଗକୁ ନେଇ ଲୋକଙ୍କ ଭିନ୍ନ ବିଶ୍ୱାସ

ସୂର୍ଯ୍ୟପରାଗକୁ ନେଇ ଲୋକଙ୍କ ଭିନ୍ନ ବିଶ୍ୱାସ

ଦିଗପହଣ୍ଡି : ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା । ଏହାକୁ ସାଧାରଣ ଲେକାମାନେ ଭିନ୍ନ ଦୃଷ୍ଟି ଭଙ୍ଗିରେ ବିଶ୍ୱାସ କରି ପାଳନ କରୁଛନ୍ତି । କେତେକ ଲୋକ ଏହି ଘଟଣାକୁ ଛୁଆଁ ଛୁତ ହିସାବରେ ମାନିଥାଆନ୍ତି । ଏସବୁ ବିଶ୍ୱାସକୁ ନେଇ ଗୋଟିଏ ଶବକୁ ୫ ଘଣ୍ଟା ଘରେ ପକାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଦିଗପହଣ୍ଡି ସହରର ଜନତାଲେନ୍‌ରେ ଦେଖିବାକୁ ମିଳିଛି । ଆଜି ଭୋର ୫ଟା ବେଳେ ରାଜେନ୍ଦ୍ର ପାତ୍ର (୬୫)ଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗ୍ରହଣ ବେଳା ଯୋଗୁଁ ତାଙ୍କର ଶବକୁ ପୂର୍ବାହ୍ନ ୧୧ଟା ପରେ ସତ୍କାର କରିବାକୁ ନିଆଯାଇଥିଲା ଶ୍ମଶାନକୁ । ଗ୍ରହଣ ଲାଗିଥିବା ବେଳେ ଶବକୁ ଶ୍ମଶାନକୁ ନେବା ପାଇଁ କେହି ଆଗଭର ହୋଇନଥିଲେ ।
ଗୁରୁବାର ସୂର୍ଯ୍ୟପରାଗ ଯୋଗୁଁ ଆହାର କେନ୍ଦ୍ର ଓ ସହରର ଅନେକ ହୋଟେଲ୍ ମଧ୍ୟ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ମଧ୍ୟ ସକାଳ ସମୟରେ ପଦାକୁ ବାହାରିବାକୁ ଉଚିତ ମନେ କରିନଥିଲେ । ସକାଳ ସମୟରେ ହେଉଥିବା ଜଳ ଯୋଗାଣ ମଧ୍ୟାହ୍ନ ୧୨ଟାରେ ଅନେକ ଗ୍ରାମରେ ହୋଇଥିବା ଖବର ମିଳିଥିବା ବେଳେ ଦିଗପହଣ୍ଡି ସହରରେ ଅଦୌ ଯୋଗାଣ ହୋଇନଥିବା ଜଣାପଡ଼ିଛି । ଏଥିପ୍ରତି ଲୋକମାନଙ୍କର ଧାର୍ମିକ ବିଶ୍ୱାସ ରହୁ କିମ୍ବା ନରହୁ ସୂର୍ଯ୍ୟପରାଗ ଭଳି ଏକ ମହାଜଗତିକ ଘଟଣାକୁ ନେଇ ଲୋକମାନଙ୍କ ଭିତରେ ଅନ୍ଧ ବିଶ୍ୱାସ ନରହୁ ତାହା ଉପରେ ମତ ପ୍ରକାଶ ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking