36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୁଧୁରିବ ଶ୍ରୀଲଙ୍କାର ଆର୍ôଥକ ସ୍ଥିତ: ଆଇଏମ୍‌ଏଫ୍ ଦେବ ୨.୯ ବିଲିୟନ ଡଲାର

ସୁଧୁରିବ ଶ୍ରୀଲଙ୍କାର ଆର୍ôଥକ ସ୍ଥିତ: ଆଇଏମ୍‌ଏଫ୍ ଦେବ ୨.୯ ବିଲିୟନ ଡଲାର

କଲମ୍ବୋ : ଶ୍ରୀଲଙ୍କାର ବିପର୍ଯ୍ୟନ୍ତ ଅର୍ଥନୀତି ସୁଧୁରିବାକୁ ଯାଉଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଇତିମଧ୍ୟରେ ଶ୍ରୀଲଙ୍କାକୁ ଋଣ ବାବଦରେ ୨.୯ ବିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ରାଜି ହୋଇଛି । ଆସନ୍ତା ୪ ବର୍ଷ ମଧ୍ୟରେ ଏହି ରାଶି ପର୍ଯ୍ୟାୟକ୍ରମେ ଶ୍ରୀଲଙ୍କାକୁ ମିଳିବ ବୋଲି ଜଣାପଡିଛି । ତେବେ ଏ ପ୍ରସଙ୍ଗରେ ଆଇଏମ୍‌ଏଫ୍ ପକ୍ଷରୁ ଏକ ସର୍ତ୍ତ ରଖାଯାଇଛି ।

ଶ୍ରୀଲଙ୍କା ଉପରେ ପୂର୍ବରୁ ରହିଥିବା ୫୧ ବିଲିୟନ ଡଲାର ବିଦେଶୀ ଋଣକୁ ପରିଶୋଧ କରିବାକୁ ଉଦ୍ୟମ କରିବାକୁ ସର୍ତ୍ତରେ ଉଲ୍ଲେଖ କରାଯାଇଛି । ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ସବ୍‌ସିଡି ପ୍ରତ୍ୟାହାର କରିବା, ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ବୃଦ୍ଧି କରିବା ଦିଗରେ ସେମାନେ କାର୍ଯ୍ୟ କରିବେ ବୋଲି ଶ୍ରୀଲଙ୍କା ସରକାର ପକ୍ଷରୁ ଆଇଏମ୍‌ଏଫ୍‌କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି । ଏହାବ୍ୟତୀତ ଭୁଶୁଡି ପଡିଥିବା ଅର୍ଥନୀତିକୁ ସଜାଡିବାକୁ ଆନ୍ତରିକ ଉଦ୍ୟମ କରାଯିବ ବୋଲି ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking