29.1 C
Bhubaneswar
Thursday, April 25, 2024
Homeବଲିଉଡଟରୋଣ୍ଟୋ ଫିଲ୍ମ ଫେଷ୍ଟିଭା: ପ୍ରଦର୍ଶିତ ହେବ ସତ୍ୟଜିତ ରାୟଙ୍କ ‘ଆଗନ୍ତୁକ’

ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭା: ପ୍ରଦର୍ଶିତ ହେବ ସତ୍ୟଜିତ ରାୟଙ୍କ ‘ଆଗନ୍ତୁକ’

ଟରୋଣ୍ଟୋ : ସେପ୍ଟେମ୍ବର ୮ରୁ କାନାଡାର ଟରୋଣ୍ଟୋ ସହରରେ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି । ଏହି ସମାରୋହ ୧୧ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଭାରତର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସତ୍ୟଜିତ ରାୟଙ୍କ ‘ଆଗନ୍ତୁକ’ ଫିଲ୍ମ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି ।

୧୯୯୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ହାଇ କ୍ୱାଲିଟୀ ଡିଜିଟାଲ ଭର୍ସନ ମଧ୍ୟ ପ୍ରସ୍ତୁତ କରାଯାଇଛି । ସତ୍ୟଜିତ ରାୟଙ୍କ ଭଳି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଫିଲ୍ମକୁ ପ୍ରଦର୍ଶନ କରି ଏହି ଫେଷ୍ଟିଭାଲ୍‌ର ମାନ୍ୟତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଏହାର ଆୟୋଜକ ଜେସିକା ସ୍ମିଥ୍ ଆଶାବ୍ୟକ୍ତ କରିଛନ୍ତି । ସତ୍ୟଜିତ ରାୟ ତାଙ୍କର ଅନବଦ୍ୟ କଳାକୃତି ନିମନ୍ତେ ଭାରତ ରତ୍ନ, ଦାଦା ସାହେବ ଫାଲ୍‌କେଠାରୁ ଆରମ୍ଭ କରି ଏକାଧିକ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିଲେ । ୧୯୯୨ରେ ଏହି ମହାନ କଳାପ୍ରେମୀଙ୍କର ନିଧନ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking