23.1 C
Bhubaneswar
Tuesday, February 11, 2025
Homeଓଡିଶାଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଦର୍ଶନ ପଟ୍ଟନାୟକ

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ରୁଷିଆରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଏହି ପଦକ ଜିତିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ।

ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେ ଏହି ପ୍ରତିଯୋଗିତାରେ ‘ପେଟର ଆଣ୍ଡ ପଲ୍‌’ର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଜୁଲାଇ ୧୨ (ଶୁକ୍ରବାର) ଶେଷ ହୋଇଛି । ଉଦ୍‌ଯାପନୀ ଦିବସରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking