28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାରୁ ମିଳିଲା ଏପରି ଭୟଙ୍କର ଦଣ୍ଡ

ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାରୁ ମିଳିଲା ଏପରି ଭୟଙ୍କର ଦଣ୍ଡ

ଜାକର୍ତ୍ତା: ଇଣ୍ଡୋନେସିଆର ଆସେଚ ଅଞ୍ଚଳରେ ଗଣତାନ୍ତ୍ରିକ ଆଇନ ବଦଳରେ ଇସଲାମିକ ଆଇନ୍ ଲାଗୁ ହୋଇଛି । ଅତ୍ୟଧିକ କଠୋର ଦଣ୍ଡ କାରଣରୁ ଏଠାରେ ଫାଶୀ ଓ ମୁଣ୍ଡ କାଟ ବିନା ଅପରାଧ କରିଥିବା ଲୋକଙ୍କ ପ୍ରାଣ ଚାଲିଯାଉଛି । ଅବୈଧ ସମ୍ପର୍କର ମାମଲା ସାମ୍ନାକୁ ଆସିବା ପରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ସର୍ବସମ୍ମୁଖରେ ୧୦୦-୧୦୦ ଚାବୁକ ପ୍ରହାର କରାଯାଏ । ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା କାରଣରୁ ନିକଟରେ ଜଣେ ମହିଳା ଓ ତାଙ୍କ ପୁରୁଷ ସାଥୀଙ୍କୁ ଏପରି ଦଣ୍ଡ ଦିଆଯାଇଛି ।ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା ମୁତାବକ, ଚାବୁକ ମାଡ଼ ପରେ ମହିଳାଙ୍କ ମୃତ୍ୟୁ ହୋଇଛି । କିନ୍ତୁ ମୃତ ମହିଳାଙ୍କ ପରିଚୟ କୁହାଯାଇନାହିଁ । ଅନ୍ୟପଟେ ପୁରୁଷ ପ୍ରେମିଙ୍କ ଅବସ୍ଥା ଗୁରୁତର ରହିଛି । ଇଣ୍ଡୋନେସିଆର ଏହି ଅଞ୍ଚଳରେ ଏପରି ମାମଲା ପ୍ରାୟ ଦେଖିବାକୁ ମିଳିଥାଏ । କିନ୍ତୁ ମହିଳାଙ୍କ ମୃତ୍ୟୁ ପରେ ପୁଣିଥରେ ଇଣ୍ଟରନେସନାଲ ମାନବାଧିକାର ସଂସ୍ଥା ଏହି ମାମଲାର ତଦନ୍ତ କରିବାକୁ ଓ ସମାଜରୁ ଏଭଳି ଦଣ୍ଡକୁ ବାତିଲ କରିବାକୁ ଦାବି କରିଛି ।

ତେବେ ଲୋକମାନେ ଏହି ଆଇନକୁ ନେଇ ଅଧିକ ଭୟଭୀତ ହୋଇ ରହିଛନ୍ତି । କାହିଁକି ନା ଭୁଲରେ ବି କୌଣସି ଭୁଲ ହୋଇଗଲେ, ଜୀବନ ଚାଲିଯାଇପାରେ । ଇଣ୍ଡୋନେସିଆର କେବଳ ଏହି ଅଞ୍ଚଳରେ ଇସଲାମିକ ଆଇନ ଲାଗୁ ହୋଇଛି । ଏଠାରେ ଅପରାଧୀଙ୍କ ଦ୍ୱାରା ଅନେକ ପ୍ରକାରର ଅପରାଧ ପାଇଁ ଚାବୁକରେ ପ୍ରହାର କରାଯାଏ । ଯେଉଁଥିରେ ମଦ ପିଇବା, ବ୍ୟଭିଚାର, ବିବାହ ପୂର୍ବରୁ ସେକ୍ସ ଓ ସମଲିଙ୍ଗ ଯୌନସମ୍ବନ୍ଧ ଭଳି ଅପରାଧ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking