30.1 C
Bhubaneswar
Wednesday, April 24, 2024
Homeଓଡିଶାଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ହାଇସ୍କୁଲର ଚାରିଜଣ ଶିକ୍ଷକଙ୍କ ବଦଳିକୁ ନେଇ ବୁଧବାର ଶତାଧିକ ଛାତ୍ର ଛାତ୍ରୀ ଜିଲା୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ପ୍ରକାଶ ଯେ, ଜିଲ୍ଲାର ସବୁଠୁ ପୁରୁଣା କେନ୍ଦ୍ରାପଡା ହାଇସ୍କୁଲର ମୋଟ ୪ଜଣ ଶିକ୍ଷକଙ୍କ ବଦଳି ହୋଇଛିି । ବଦଳି ହୋଇଥିବା ଶିକ୍ଷକମାନଙ୍କ ବଦଳି ଆଦେଶକୁ ବାତିଲ କରିବାକୁ ଦାବିକରି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ କରିଥିଲେ । ତେବେ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଜିଲା୍ଲପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ପ୍ରମୁଖ ଅନ୍ୟକାମରେ ବାହାରକୁ ଯାଇଥିବାରୁ ପିଲାମାନେ ଦୀର୍ଘ ସମୟ ଖରାରେ ବସି ରହିଥିଲେ । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ନୀରବରେ ଘଟଣା ଉପରେ କେବଳ ଦୃଷ୍ଟିରଖିଥିବା ଦେଖିବାକୁ ମିଳିଥିଲା । ଧାରଣାସ୍ଥଳୀରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଶିକ୍ଷା ବିଭାଗର କୌଣସି ଅଧିକାରୀ ନପହଞ୍ଚିବାରୁ ପିଲାମାନେ ଦୀର୍ଘସମୟ ବସିବାପରେ ବାଧ୍ୟ ହୋଇ ଉଠି ଚାଲିଯାଇଥିଲେ ।
ଅନ୍ୟପକ୍ଷରେ ଏହି ଶିକ୍ଷକ ବଦଳି ସମସ୍ତ ନୀତି ନିୟମରେ ହୋଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି । ବଦଳି ନିୟମର ମୋଟ ଚାରିଟି ଯୋଗ୍ୟ କାରଣକୁ ନେଇ ଏହି ବଦଳି କରାଯାଇଥିବାରୁ ଏହି ନିଷ୍ପତିର କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସରକାରୀ ଚାକିରିର ବଦଳି ଏକ ପ୍ରକ୍ରିୟା ଓ ସଂପୃକ୍ତ ଶିକ୍ଷକମାନେ ଏକାକାଳୀନ ଏହି ସ୍କୁଲରେ ଦୀର୍ଘବର୍ଷ ଧରି ଚାକିରିରେ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଶିକ୍ଷକ ବଦଳି ନାମରେ ସ୍କୁଲର କୋମଳମତି ପିଲାମାନଙ୍କୁ ଆଣି ଧାରଣାରେ ବସାଇବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନାପସନ୍ଦ କରାଯାଇଛି । ଏହି ଧାରଣା ପଛରେ ବଦଳି ଶିକ୍ଷକ କିମ୍ବା ସ୍କୁଲର ଅନ୍ୟ କୈାଣସି ଶିକ୍ଷକଙ୍କ ହାତ ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking