ବାପାଙ୍କ ଗଳାକାଟି ହତ୍ୟା ଉଦ୍ୟମ କଲା କୁଳାଙ୍ଗାର ପୁଅ….

ନୟାଗଡ : ନୟାଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କୁଳାଙ୍ଗାର ପୁଅ ନିଜ ଜନ୍ମକଲା ବାପାକୁ ଆକ୍ରମଣ କରିଛି | ପୁଅ ଆକ୍ରମଣରେ ବାପା ଗୁରୁତର ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟ୍ଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁରେ ଘଟିଛି ଘଟଣା । ଉଦୟନାଥଙ୍କ ସାନପୁଅ ପ୍ରତାପ ଏକ ଜମିକୁ ତା ନାମରେ କରାଇଦେବାକୁ ବାପାଙ୍କୁ କହିଥିଲେ । ଏପରି ନକଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ତେବେ ଏଥିରେ ରାଜି ନହେବାରୁ ପ୍ରତାପ ହଠାତ୍ ଉଦୟନାଥ ମୁଣ୍ଡକୁ ପଥରରେ ପିଟିଦେବା ସହ ଛୁରିରେ ବେକକୁ କାଟି ଦେଇଥିଲା । ମରଣାନ୍ତକ ଆକ୍ରମଣ କରିବା ପରେ ପ୍ରତାପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପରିବାର ଲୋକେ ଉଦୟନାଥଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ଓଡଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।