37.1 C
Bhubaneswar
Thursday, March 28, 2024
Homeଓଡିଶାସେବା ସମିତିରେ ଅନିୟମିତତା : ଆତ୍ମାହୁତି ପାଇଁ ଚାଷୀଙ୍କ ଧମକ

ସେବା ସମିତିରେ ଅନିୟମିତତା : ଆତ୍ମାହୁତି ପାଇଁ ଚାଷୀଙ୍କ ଧମକ

ଧାମନଗର : ଧାମନଗର ବ୍ଲକ୍ ଭଗବାନପୁର ପଞ୍ଚାୟତସ୍ଥିତ ଶ୍ରୀଜଗନ୍ନାଥ ସେବା ସମବାୟ ସମିତିରେ ଅନିୟମିତତା ଲାଗି ରହିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ସମିତିରେ ଦୁର୍ନୀତି ଅଭିଯୋଗ ହେବା ସହ କୋର୍ଟରେ ମାମଲା ଚାଲିଛି । ଧାନ କିଣା, ଚାଷୀଙ୍କୁ ଟଙ୍କା ଦେବାରେ ବିଳମ୍ବ ଏବଂ ଋଣ ପ୍ରଦାନରେ ପାତରଅନ୍ତର ଆଦି ଅଭିଯୋଗ ହୋଇଥିଲା । ପୁଣି ଦୁଇଜଣ ଗୋ-ପାଳକ ଚାଷୀଙ୍କୁ ଋଣ ଅର୍ଥ ଦେବାକୁ ନେଇ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ସମିତି ଅଧୀନ ଅନହରପୁର ଗ୍ରାମର ପ୍ରଭାତି ରାଉତ ୨୦୧୪-୧୫ ଆର୍ଥିକ ବର୍ଷରେ ଗୋ-ପାଳନ ପାଇଁ ଉକ୍ତ ସମିତିରୁ ଋଣ ନେଇଥିଲେ । ଏହି ଋଣ ଟଙ୍କା ପାଇାବା ପରେ ପ୍ରଭାତି ସତବିନିଯୋଗ କରି ଉପାର୍ଜିତ ଅର୍ଥରେ ଋଣ କିସ୍ତି ସହିତ ପୈଠ କରିଥିଲେ । ହେଲେ ଉକ୍ତ ଯୋଜନାରେ ୫୦ ହଜାର ଟଙ୍କା ଛାଡ ବ୍ୟବସ୍ଥା ଥିବା ବେଳେ ଏହି ଛାଡ଼ ଅର୍ଥ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳୁନାହିଁ । ଫଳରେ ଏହି ସମିତିରୁ ଅନ୍ୟ ଯୋଜନାର ଆର୍ଥିକ ସହାୟତା ତାଙ୍କୁ ମିଳୁପାରୁନାହିଁ । ଏନେଇ ପ୍ରଭାତି ବାରମ୍ବାର ସମ୍ପାଦକଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ତାଙ୍କୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ସେହି ଗ୍ରାମର ଗଣେଶ ପ୍ରସାଦ ସେଠୀ ଗୋ-ପାଳନ ପାଇଁ ଋଣ ନେଇଥିବା ବେଳେ ୬୬ ହଜାର ଟଙ୍କା ଛାଡ ଥିବା ବେଳେ ତାଙ୍କୁ ମଧ୍ୟ ଏହି ଅର୍ଥ ଦେବାରୁ ବଞ୍ôଚତ କରାଯାଇଛି । ତୁରନ୍ତ ଏମାନଙ୍କୁ ଛାଡ ଅର୍ଥ ଦିଆନଗଲେ ସମିତି ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଉଭୟ ଅଭିଯୋଗ କରିଛନ୍ତି । ଏନେଇ ଉଭୟ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ସରକାର ଚାଷୀ ଓ କୃଷିର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ତଳସ୍ତରର ଅଧିକାରୀମାନେ ଚାଷୀଙ୍କ ଅର୍ଥକୁ ଆତ୍ମସାତ କରୁଥିବା ଅଭିଯୋଗ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking