ନୀଳଗିରି: ଶିକାରୀଙ୍କ ଫାଶରେ ଝୁଲି କଲରାପତରିଆ ବାଘର ମୃତ୍ୟୁ। ନୀଳଗିରି ରେଞ୍ଜରେ ଘଟିଛି ଏଭଳି ଅଘଟଣ । ତଦନ୍ତ ଜାରି ରଖିଛି ନୀଳଗିରି ବନବିଭାଗ । ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାସରେ ପଡ଼ିଯାଇଛି । ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡ଼ିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି ।ଆଜି ସକାଳେ ବାଘ ଗର୍ଜନ ଶୁଣି ସ୍ଥାନୀୟ ଅଧିବାସୀ ସେଠାରେ ପହଞ୍ଚିଥିଲେ । କିଛିକ୍ଷଣ ପରେ ବାଘର ମୃତ୍ୟୁ ଘଟିଥିଲା । ବନବିଭାଗ କର୍ମଚାରୀ ଓ ଅଧିକାରୀ ସେଠାରେ ମୃତୟନ ରହି ତଦନ୍ତ ଜାରି ରଖିଛନ୍ତି ।










