35.1 C
Bhubaneswar
Tuesday, May 12, 2026
Homeଓଡିଶା ବଢିଲା ସୁନା ଏବଂ ରୂପା ଦର

 ବଢିଲା ସୁନା ଏବଂ ରୂପା ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ , ଆଜି ମେ ୧୨ ତାରିଖରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୂପାର ମୂଲ୍ୟ ୧୧ ହଜାର ୬୨୦ ବୃଦ୍ଧି ପାଇ ୨ ୬୭ ହଜାର ୮୨୦ ଟଙ୍କା ହୋଇଛି । ପୂର୍ବରୁ ସୋମବାର ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ଥିଲା । ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟରେ ୧ ଲକ୍ଷ ୫୧ ହଜାର ୯୫୪ରେ ପହଞ୍ଚିଛି । ଯାହା ମେ ୧୧ ତାରିଖରେ ୧ ଲକ୍ଷ ୫୦ ହଜାର ୩୬୨ ଥିଲା । ଗୋଲ୍ଡ ରିଟର୍ଣ୍ଣର ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ୧ ହଜାର ୧୫୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ଦର ଭରି ଦାମ ୧ ଲକ୍ଷ ୫୩ ହଜାର ୧୯୦ ଟଙ୍କାରେ ପହଞ୍ଚିଛି ।  ଚଳିତ ବର୍ଷ ସୁନା ଏବଂ ରୂପାର ମୂଲ୍ୟରେ ନିୟମିତ ପରିବର୍ତ୍ତନ ହେଉଛି । ୨୦୨୬ ମସିହାରେ ଏଯାଏଁ ସୁନା ୧୮, ୭୫୫ ଟଙ୍କା ଏବଂ ରୁପା ୩୭, ୪୦୦ ଟଙ୍କା ବୃଦ୍ଧି ପାଇଛି । ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧ଲକ୍ଷ ୩୩ ହଜାର ଟଙ୍କା ଥିଲା ଯାହା ଏବଂ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking