32.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶଦେଶରେ ଗଚ୍ଛିତ ଅଛି ୬୯ ଦିନର ତେଲ ଓ ୪୫ ଦିନର ଏଲ୍‌ପିଜି

ଦେଶରେ ଗଚ୍ଛିତ ଅଛି ୬୯ ଦିନର ତେଲ ଓ ୪୫ ଦିନର ଏଲ୍‌ପିଜି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ସଞ୍ଚୟ ପାଇଁ ପେଟ୍ରୋଲ, ଡିଜେଲ ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେବାପରେ ଲୋକେ ଉଦ୍‌ବିଗ୍ନ ହୋଇ ପଡ଼ିଛନ୍ତି। ଆଗାମୀ ଦିନରେ ଏସବୁର ଅଭାବ ଦେଖାଦେବା ଆଶଙ୍କା ଲୋକଙ୍କ ମନରେ ଉପୁଜିଛି। ଏଭଳି ସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଦେଶରେ ମହଜୁଦ ଥିବା ଅଶୋଧିତ ତେଲ, ଏଲ୍‌ପିଜି ଓ ଏଲ୍‌ଏନ୍‌ଜି ସଂପର୍କରେ ସୂଚନା ଦେଇଛନ୍ତି। ଶିଳ୍ପ ସଂଘ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ଯୋଗାଣ ସ୍ବାଭାବିକ ରହିଛି। ୬୯ ଦିନ ପାଇଁ ଅଶୋଧିତ ତେଲ ଓ ଏଲ୍‌ଏନ୍‌ଜି ଯଥେଷ୍ଟ ମାତ୍ରାରେ ଉପଲବ୍ଧ ରହିଛି। ସେହିଭଳି ଦେଶରେ ଗଚ୍ଛିତ ଏଲ୍‌ପିଜି ମଧ୍ୟ ୪୫ ଦିନର ଆବଶ୍ୟକତା ପୂରଣ କରିବ। ତୁରନ୍ତ ଏସବୁର ଯୋଗାଣରେ କୌଣସି ଅସୁବିଧା ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଏଥିସହିତ ଦେଶରେ ରନ୍ଧନ ଗ୍ୟାସ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ସରକାର ଏଲ୍‌ପିଜି ଉତ୍ପାଦନରେ ବଡ଼ ବୃଦ୍ଧି ଆଣିଛନ୍ତି। ପୂର୍ବରୁ ଦୈନିକ ୩୫ରୁ ୩୬ ହଜାର ଟନ୍‌ ଏଲ୍‌ପିଜି ଉତ୍ପାଦନ ହେଉଥିଲା। କିନ୍ତୁ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଭୂରାଜନୈତିକ ଉତ୍ତେଜନା ପରିପ୍ରେକ୍ଷୀରେ ଦୈନିକ ଏଲ୍‌ପିଜି ଉତ୍ପାଦନ ୫୪ ହଜାର ଟନ୍‌କୁ ବୃଦ୍ଧି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking