42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ସିଭିଲ ସର୍ଭିସ ପରୀକ୍ଷାରେ ଅଜବ ପ୍ରଶ୍ନ: ଭାରତ ଯଦି ପାକିସ୍ତାନକୁ କଶ୍ମୀର ହସ୍ତାନ୍ତର କରେ...

ମଧ୍ୟପ୍ରଦେଶ ସିଭିଲ ସର୍ଭିସ ପରୀକ୍ଷାରେ ଅଜବ ପ୍ରଶ୍ନ: ଭାରତ ଯଦି ପାକିସ୍ତାନକୁ କଶ୍ମୀର ହସ୍ତାନ୍ତର କରେ…

ଭୋପାଳ: ମଧ୍ୟପ୍ରଦେଶ ପବ୍ଲିକ ସର୍ଭିସ କମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାଦେଶିକ ସିଭିଲ ସର୍ଭିସ ପରୀକ୍ଷାରେ ଅଜବ ତଥା ବିବାଦୀୟ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି । ଏହା ପ୍ରଘଟ ହେବାପରେ କର୍ତ୍ତୃପକ୍ଷ ସଂପୃକ୍ତ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିବା ପରୀକ୍ଷକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି ।

ଏହି ପେପରର ପୁନଃ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ରବିବାର ଅନୁଷ୍ଠିତ ଏହି ପ୍ରିଲିମ୍ ପରୀକ୍ଷାରେ ପ୍ରଶ୍ନ ଥିଲା ‘ଭାରତ ଯଦି ପାକିସ୍ତାନକୁ କଶ୍ମୀର ହସ୍ତାନ୍ତର କରେ..’ ତାହାହେଲେ କ’ଣ ପରିସ୍ଥିତି ସୃଷ୍ଟି ହେବ । ‘ହିଁ’ କିମ୍ବା ‘ନା’ରେ ଉତ୍ତର ଦେବାକୁ ପରୀକ୍ଷାର୍ଥୀଙ୍କୁ ୪ଟି ବିକଳ୍ପ ଦିଆଯାଇଥିଲା । (୧)(ହଁ)- ଏହାଦ୍ୱାରା ଭାରତ ପ୍ରଚୁର ଅର୍ଥ ସଞ୍ଚୟ କରିପାରିବ ଏବଂ (୨)(ନା)- ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଅନୁରପ ଦାବି କରିବେ । (୩) ଉଭୟ ପ୍ରସ୍ତାବ ସ୍ୱାଗତଯୋଗ୍ୟ ଏବଂ (୪) ଉଭୟ ପ୍ରସ୍ତାବ ଅତ୍ୟନ୍ତ ଦୁର୍ବଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking