37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଅଗ୍ନିବୀରଙ୍କୁ ଏନ୍‌ଏସ୍‌ଏ ଡୋଭାଲ୍‌ଙ୍କ ବାର୍ତ୍ତା

ଅଗ୍ନିବୀରଙ୍କୁ ଏନ୍‌ଏସ୍‌ଏ ଡୋଭାଲ୍‌ଙ୍କ ବାର୍ତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସପ୍ତାହେ ଧରି ଦେଶରେ ହିଂସାର ନିଆଁ ଜଳୁଛି । ବିଭିନ୍ନ ସ୍ଥାନରେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରାଯାଉଛି । ଏହା ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ୍ ଅଗ୍ନିବୀର ହେବାକୁ ଇଚ୍ଛୁକ ଯୁବସମାଜଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସର୍ବଦା ସକାରାତ୍ମକ ହେବ ଆବଶ୍ୟକ । ଏହା ସହିତ ନିଜ ଦେଶ, ନେତୃତ୍ୱ ଏବଂ ସର୍ବୋପରି ନିଜ ଉପରେ ବିଶ୍ୱାସ ରଖିବା ଉଚିତ । ଏହା ସହିତ ସେ ଜୋର୍ ଦେଇ କହିଥିଲେ ଯେ ଏହି ଯୋଜନା ପ୍ରତ୍ୟାହାର କରାଯିବ ନାହିଁ । ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ସହ ଆଲୋଚନା ବେଳେ ଡୋଭାଲ୍ ଅଗ୍ନିପଥ ନିଯୁକ୍ତି ଯୋଜନା ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ କହିଥିଲେ । ସେ କହିଥିଲେ, ଏବେ ଯୁଦ୍ଧ ଶୈଳୀରେ ବଡ଼ ପରିବର୍ତ୍ତନ ଘଟିଛି ।

ଆମେ ଏବେ ମୁହାଁମୁହିଁ ଲଢ଼େଇ ପରିବର୍ତ୍ତେ ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଆଡ଼କୁ ଗତିକରୁଛେ । ଭାରତ ଚାରିପଟେ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଥିବାବେଳେ ଟେକ୍ନୋଲୋଜିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଘଟୁଛି । ଆମେ ପୂର୍ବରୁ ଯେପରି ଯୁଦ୍ଧ କରୁଥିଲେ, ବର୍ତ୍ତମାନ ସେପରି କଲେ ଆମେ ସୁରକ୍ଷିତ ରହିପାରିବା ଅସମ୍ଭବ ହୋଇପଡ଼ିବ । ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ହେଲେ ପରିବର୍ତ୍ତନ ନିହାତି ଆବଶ୍ୟକ । ଅଗ୍ନିବୀରଙ୍କ ସମ୍ପର୍କରେ ଡୋଭାଲ୍ କହିଥିଲେ, କେବଳ ଅଗ୍ନିବୀର ସମ୍ପୂର୍ଣ୍ଣ ଆର୍ମି କେବେ ବି ହୋଇପାରିବ ନାହିଁ । କେବଳ ଚାରିବର୍ଷ ପାଇଁ ନିଯୁକ୍ତ ଯବାନଙ୍କୁ ଅଗ୍ନିବୀର କୁହାଯିବ । ଅନୁଭବୀ ଲୋକଙ୍କୁ ନେଇ ବାକି ସେନାର ବଡ଼ଭାଗ ହେବ । ଯେଉଁ ଅଗ୍ନିବୀର ୪ ବର୍ଷ ପରେ ନିୟମିତ ହେବେ ସେମାନଙ୍କୁ କଠିନ ଟ୍ରେନିଂ ଦିଆଯିବ । ସେହିପରି ରେଜିମେଣ୍ଟ୍‌ର ସିଦ୍ଧାନ୍ତରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଯେଉଁସବୁ ରେଜିମେଣ୍ଟ୍ ଆଗରୁ ରହିଆସିଛି ତାହା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking