34.1 C
Bhubaneswar
Thursday, March 28, 2024
Homeଅପରାଧ୯ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ମାମଲା: ନିର୍ଯାତନା ଦେଇଥିବା ଅଭିଯୋଗରେ ୧୩ ଗିରଫ

୯ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ମାମଲା: ନିର୍ଯାତନା ଦେଇଥିବା ଅଭିଯୋଗରେ ୧୩ ଗିରଫ

ସାଙ୍ଗ୍‌ଲ: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟ ସମୂହ ଆତ୍ମହତ୍ୟା କରିଥିବାବେଳେ ସୋମବାର ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପୁଲିସ ଏହି ଘଟଣାରେ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ୧୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଋଣଦାତା ମଧ୍ୟ ସାମିଲ ଅଛନ୍ତି । ଜବତ ହୋଇଥିବା ସୁଇସାଇଡ୍ ନୋଟରୁ ଜଣାପଡିଛି ଯେ ପୋପଟ୍ ଭାନ୍‌ମୋର ଓ ମାନିକ୍ ଭାନ୍‌ମୋର ନାମକ ଦୁଇ ଭାଇ ବ୍ୟବସାୟ ନିମନ୍ତେ ବିଭିନ୍ନ ସୂତ୍ରରୁ ଅପର୍ଯ୍ୟାପ୍ତ ଋଣ କରିଥିଲେ । ସର୍ତ୍ତ ଅନୁଯାୟୀ ଋଣ ସୁଝିବାରେ ଖିଲାପ କରିବାରୁ ଅଭିଯୁକ୍ତମାନେ ଦୁଇ ପରିବାରକୁ ନିୟମିତ ନିର୍ଯାତନା ଦେଉଥିବା ଜଣାପଡିଛି । ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରାଯାଇଥିବା ନାମକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking