34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଷ୍ଟାଚ୍ୟୁ ଅଫ୍ ଲିବର୍ଟି ବିଷୟରେ କିଛି ଅଜଣା ତଥ୍ୟ  

ଷ୍ଟାଚ୍ୟୁ ଅଫ୍ ଲିବର୍ଟି ବିଷୟରେ କିଛି ଅଜଣା ତଥ୍ୟ  

ନୂଆଦିଲ୍ଲୀ:  ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ସ୍ୱତନ୍ତ୍ରତା ଇତିହାସର ପ୍ରତୀମା ରୂପରେ ଜଣାଯାଏ । ୧୩୩ ବର୍ଷ ପୁରୁଣା ଏହି ଷ୍ଟାଚ୍ୟୁ ବିଷୟରେ କିଛି ରୋଚକ ତଥ୍ୟ ଜାଣିଛନ୍ତି କି ?

ଷ୍ଟାଚ୍ୟୁ ଅଫ ଲିବର୍ଟି କୌଣସି ପୁରୁଷ ନୁହେଁ ବରଂ  ଜଣେ ମହିଳାଙ୍କ ମୂର୍ତ୍ତି । ମୂର୍ତ୍ତିକାର ଏହାର ଚେହେରା ନିଜ ମା ଙ୍କ ଚେହେରା ପରି ବନାଇଥିଲେ ।
ପ୍ରତିବର୍ଷ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ପ୍ରାୟ ୩୨ ଲକ୍ଷ ଲୋକ ଆସନ୍ତିା ଯେତେବେଳେ କି ଏଫିଲ ଟାଓାରକୁ ୭୦ ଲକ୍ଷ ।
ଷ୍ଟାଚ୍ୟୁ ଅଫ ଲିବର୍ଟିର ପୁରା ନାମ  ଲିବର୍ଟି ଏନଲାଇଟେନିଂ ଦ ଓାର୍ଲ୍ଡ । ଏହି ମୂର୍ତ୍ତି ୧୮୮୬ରେ ଫ୍ରାନ୍ସ  ଆମେରିକାକୁ ଉପହାରରେ ଦେଇଥିଲା ।
ଏହାକୁ ଦୁନିଆ ସାମ୍ନାରେ ୨୮ ଅକ୍ଟୋବର ୧୮୮୬ରେ ଲଞ୍ଚ କରାଯାଇଥିଲା । ହେଲେ ଏହାର ମୁହଁ୧୮୭୮ରେ ପେରିସର ବିଶ୍ୱ ମେଳାରେ ଦେଖାଯାଇଥିଲା ।
ଏହାକୁ ନିର୍ମାଣ କରିବା ପାଇଁ ୯ ବର୍ଷରୁ ଅଧିକ ସମୟ ଲାଗିଥିଲା ।
ଏହି ମୂର୍ତ୍ତିର ଗୋଟିଏ ହାତରେ ମଶାଲ ଓ ଅନ୍ୟ ହାତରେ ପୁସ୍ତକ ରହିଛି । ପୁସ୍ତକ ବାମ  ହାତରେ ରହିଛି । ଯାହାର ଲମ୍ବ ୨୩ ଫିଟ ୭ ଇଂଚ ଏବଂ ଚଉଡା ୧୩ ଫିଟ ୭ ଇଂଚ । ପୁସ୍ତକରେ ରୋମାନରେ ୪ ଜୁଲାଇ ୧୭୭୬ ଲେଖା ହୋଇଛି । ଏହା ହେଉଛି ଆମେରିକାର ସ୍ୱତନ୍ତ୍ରତା ଦିବସର ତାରିଖ ।
୨୨ ମହଲା ଭଳି ଉଚ୍ଚତା ଏହାର ଉଚ୍ଚତା  । ତଳୁ ଆରମ୍ଭ କରି ମଶାଲ ପର୍ଯ୍ୟନ୍ତ ଏହାର ଉଚ୍ଚତା ୩୦୫ ଫିଟ ୬ ଇଂଚ । ଏହାର ମୋଟ ଓଜନ ୨୦୪୧୧୬ କିଲୋ । ଏହାର ଅଣ୍ଟାର ଲମ୍ବ ୩୫ ଫିଟ ।
ଏହାକୁ ନିର୍ମାଣ କରିବା ପାଇଁ ଇଡୋର୍ଡ  ଡେ  ଲାବୋଲଆଇ କହିଥିଲେ । ଏହାର ଡିଜାଇନ ଫ୍ରେଡ୍ରିକ ଅଗୁସ୍ତେ ବାର୍ଥୋଲ୍ଡି କରିଥିଲେ । ଏହି ମୂର୍ତ୍ତିର ଜୋତା ନମ୍ବର ହେଉଛି ୮୭୯ ।
ଏହାର ମୁକୁଟରେ ସାତଟି କିଲ୍ଲା ରହିଛି । ଯାହା ୭ଟି ମହାଦ୍ୱୀପ ଏବଂ ସମୁଦ୍ରକୁ ଦର୍ଶାଏା ଗୋଟିଏ କିଲ୍ଲାର ଲମ୍ବ ୯ ଫିଟ ଏବଂ ଓଜନ ୬୮ କିଲୋ । ମୁକୁଟରେ ୨୫ ଟି ଝରକା ବି ରହିଚି, ଯାହା ଧରିତ୍ରୀର ରତ୍ନକୁ ଦର୍ଶାଏ ।  ଏହି ମୂର୍ତ୍ତିର ଚେହେରାର ଲମ୍ବ ୮ ଫିଟ ।  ଏହି ମୂର୍ତ୍ତିକୁ ଫ୍ରାନ୍ସିସ ଓ ଆମେରିକାବାସୀଙ୍କ ଦ୍ୱାରା ଦାନ ଦିଆଯାଇଥିବା ପଇସାରେ ନିର୍ମାଣ କରାଯାଇଥିଲା । ୧୮୮୫ରେ ନ୍ୟୁୟର୍କରେ ଏକ ଖବରକାଗଜରେ ଦାନ କରିବା ନେଇ ଘୋଷଣା ହୋଇଥିଲା । ସେହି ସମୟରେ ମୋଟ ୧ ଲକ୍ଷ ୨ ହଜାର ଡଲାର ଦାନ ଆସିଥିଲା ।
ଏହି ମୂର୍ତି ଉପରେ ପ୍ରତି ବର୍ଷ ୩୦୦ ଥର ବିଜୁଳି ମାରିଥାଏ । ଯାହା ଉପରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି, ତାର ନାମ ବେଡଲୋଏ ଆଇଲାଣ୍ଡ ଥିଲା । ଯାହାକୁ ୧୯୫୬ରେ ପରିବର୍ତନ କରି ଲିବର୍ଟି ଆଇଲାଣ୍ଡ କରାଯାଇଥିଲା ।
ଏପର୍ଯ୍ୟନ୍ତ ମୋଟ ୨ ଜଣ ଏହି ମୂର୍ତ୍ତିରୁ  ଡେଇଁ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ଏହି ଘଟଣା ୧୯୨୯ ଏବଂ ପରେ ୧୯୩୨ରେ ହୋଇଥିଲା ।
ଏହି ମୂର୍ତ୍ତି ରୋମନ ଦେବୀ ଲିବର୍ଟସଙ୍କ ପ୍ରେରଣା ଦ୍ୱାରା ନିର୍ମାଣ କରାଯାଇଥିଲା । କାରଣ ତାଙ୍କୁ ସ୍ୱତନ୍ତ୍ରତାର ଦେବୀ କୁହାଯାଏ । ପାକିସ୍ତାନ, ମଲେସିଆ, ତାଇବାନ, ବ୍ରାଜିଲ ଓ ଚୀନରେ ଷ୍ଟାଚ୍ୟୁ ଅଫ ଲିବର୍ଟିର ନକଲ ବି ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking