34.1 C
Bhubaneswar
Friday, March 29, 2024
Homeକରୋନାଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଲଜି ଟ୍ୱିଟ କରି ଏହି ସୂଚନା ପ୍ରଦାନ  କରିଛନ୍ତି । ସେ କହିଛନ୍ତି କି ତାଙ୍କୁ ସାମାନ୍ୟ ଲକ୍ଷଣ ଅଛି । ନିଜକୁ ସେ ଆଇସୋଲେଟ କରି ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଯିଏ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରି କହିଛନ୍ତି । ଘରେ ରହି ସେ କାମ ଉପରେ ନଜର ରଖିବେ ବୋଲି କହିଛନ୍ତି ।
କହିରଖୁଛୁ ଯେ, ରାଷ୍ଟ୍ରୀୟ ରାଜଧାନୀ  ରେ କରୋନା ସଂକ୍ରମିତ ମାମଲା ଦୃତଗତିରେ ବଢୁଛି । ଗୁରୁବାର ୨୪୨୩୫ ନୂଆ ମାମଲା ଆସିଛି ଏବଂ ୩୯୫ ରୋଗୀଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୧୨୨୨୮୬ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସହରରେ ଏପର୍ଯ୍ୟନ୍ତ ୧୫୭୭୨ ଲୋକ କରୋନା ପାଇଁ ଜୀବନ ହାରିଛନ୍ତି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦.୦୮ ଲକ୍ଷରୁ ଅଧିକ କରୋନାରୋଗୀ ସୁସ୍ଥ ହୋଇସାରିଛନ୍ତି  । ବର୍ତମାନ ୯୭୯୭୭ ରୋଗୀଙ୍କ ଚିକିତ୍ସା ଏବେ ବି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking