28.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ଅକ୍ସିଜେନ ଅଭାବ ହେବନି

ରାଜ୍ୟରେ ଅକ୍ସିଜେନ ଅଭାବ ହେବନି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । କରୋନା ମେଡିସିନ  ରେମଡେସିଭର  ସଂପର୍କରେ ସେ କହିଛନ୍ତି, ଦୈନିକ ରାଜ୍ୟରେ   ୧୨ ଶହ ରେମଡେସିଭର ଦରକାର ହେଉଛି । ଆମ ପାଖରେ ଏବେ ୪୩ ହଜାର   ରେମଡେସିଭର ରହିଛି । କାଲି ଆଉ ୨୧ ହଜାର ରେମଡେସିଭର ଆମ ପାଖରେ ପହଂଚିବ । ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ । କୋଭିଡ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଚାଲି ଆସନ୍ତୁନି । ହୋମ ଆଇସୋଲେସନରେ ରୁହନ୍ତୁ । ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ । ଘରେ ରୁହନ୍ତୁ । ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ ।  ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ ବୋଲି କହିଛନ୍ତି ।
ସେହିଭଳି ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ ପ୍ରସଙ୍ଗରେ ସେ କହିଛନ୍ତି, ଆମ ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି । ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟିକା ପାଇଁ ଦୁଇ କମ୍ପାନୀକୁ ରାଜ୍ୟସରକାରଅର୍ଡର କରିଛନ୍ତି । କେବେ ଆମ ପାଖରେ ଟିକା ପହଂଚିବ କିଛି ସ୍ପଷ୍ଟ ସୂଚନା ମିଲିନାହିଁ । ଟିକା ପହଂଚିଲେ ୧୮-୪୪ ବର୍ଗଙ୍କୁ ଟିକାକରଣ ଆରମ୍ଭ କରାଯିବ । ଚିକାକିଣା ବାବଦରେ ଗତକାଲି ଔଷଧ ନିଗମକୁ ୭ ଶହ କୋଟି ଦେଇଛୁ । ସମସ୍ତେ ଟିକା ପାଇଁ ପଂଜିକରଣ କରନ୍ତୁ । ଟିକା ଆସିଲେ ଦିଆଯିବ । ୧ମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୨ୟ ଡୋଜ୍ ପାଇଁ ଅଗ୍ରାଧିକାର ମିଳିବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ରହିଛି । ଆହୁରି ମଧ୍ୟ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭର୍ ରହିଛି । ଯାହାର ଯାହାର ଅକ୍ସିଜେନ୍ ଲେବଲ୍ ୯୨ ଲେବଲ୍ ରହିଛି ସେମାନେ ବ୍ୟସ୍ତ ନହୋଇ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ତେଣୁ ହୋମ୍ ଆଇସୋଲେସନ୍ ରେ ରହିବା ହେଉଚି ସବୁଠାରୁ ଭଲ ଉପାୟ । ଯଦି କୌଣସି ସିରିୟସ୍ ପରିସ୍ଥିତି ସୃଷ୍ଟି ହେବ ତାହେଲେ ଆମ ରାଜ୍ୟରେ ଆମ୍ବୁଲାନ୍ସର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking