33.1 C
Bhubaneswar
Saturday, April 27, 2024
Homeଓଡିଶାସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

 
ଭୁବନେଶ୍ୱର : ‘କରୋନା ଭାଇରସ’ର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। କଟକଣା ପରିସରକୁ ବୃଦ୍ଧି କରାଯାଇଛି | ଆଜି ମଧ୍ୟରାତ୍ରରୁ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତା ୨୯ ତାରିଖ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ୍‌ ରହିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାର ପ୍ରଥମେ ପାଞ୍ଚଟି ଜିଲ୍ଲାକୁ ଲକ୍ ଡାଉନ୍‌ ଘୋଷଣା କରିଥିଲେ । ଏଥିରେ କଟକ,କେନ୍ଦ୍ରାପଡା,ଅନୁଗୁଳ,ଗଞ୍ଜାମ, ଖୋର୍ଦ୍ଧାକୁ ଲକ ଡାଉନ ପାଇଁ ଘୋଷଣା କରାଯାଇଥିଲା ବେଳେ ବୁଧବାର ଆଉ ୯ଟି ଜିଲ୍ଲା ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡାକୁ ଲକ ଡାଉନ ଘୋଷଣା ହୋଇଥିଲା । ଆଜି ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯିବ ବୋଲି ଘୋଷଣା କରାଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଲକ୍ ଡାଉନ୍ ବେଳେ ମେଡିକାଲ୍‌, କ୍ଲିନିକ, ପାଥୋ ଲ୍ୟାବ୍ ଓ ଔଷଧ ଦୋକାନ ଖୋଲା ରହିବ। ଗ୍ରୋସରୀ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ପରିବା, ମାଛ ଓ ମାଂସ ବିକ୍ରି ଜାରି ରହିବ । କ୍ଷୀର ବୁଥ୍‌ରେ କେବଳ କ୍ଷୀର ବିକ୍ରି ହେବ। କିନ୍ତୁ ଚା, କଫି ବିକ୍ରି ହେବନି। ପୁଲିସ୍‌, ଅଗ୍ନିଶମ, ବିଦ୍ୟୁତ୍‌, ଓଡ୍ରାଫ୍ ଓ ପୌର କର୍ମଚାରୀ ଏହି କଟକଣାରୁ ମୁକ୍ତ ରହିବେ। ଏଥିସହ କରୋନା ମୁକାବିଲାରେ ସାହାଯ୍ୟ କରୁଥିବା ସଂସ୍ଥାଗୁଡିକ ପାଇଁ କଟକଣା ଲାଗୁହେବନାହିଁ ।
ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଲକ୍ ଡାଉନ୍ ବେଳେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତ୍ତି ରଖିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ କର୍ମଚାରୀଙ୍କ ଉପସ୍ଥାନ ୧୦% ଭିତରେ ସୀମିତ ରହିବ। ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ସ୍ଥିର କରିବେ।
ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲରେ ଥିବା ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ଘରେ ପହଞ୍ଚାଯିବ। ଏନେଇ ଜିଲ୍ଲାର ଜିଲ୍ଲାପାଳମାନେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ସମସ୍ତ ପିଲାମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଗଣମାଧ୍ୟମ ଜରିଆରେ ତାଙ୍କ ବାର୍ତ୍ତା ରଖିବେ ବୋଲି ଶ୍ରୀ ବାଗଚି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking