29.1 C
Bhubaneswar
Friday, May 24, 2024
Homeଦେଶ ବିଦେଶଟିମ୍ ଇଣ୍ଡିଆ ପାଇଁ କଠିନ ହେବ ଦକ୍ଷିଣ ଆଫ୍ରିକା ସିରିଜ୍: ରାହୁଲ ଦ୍ରାବିଡ୍

ଟିମ୍ ଇଣ୍ଡିଆ ପାଇଁ କଠିନ ହେବ ଦକ୍ଷିଣ ଆଫ୍ରିକା ସିରିଜ୍: ରାହୁଲ ଦ୍ରାବିଡ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ ଖେଳିବ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ୍‌ ସିରିଜ । ଏନେଇ ଭାରତୀୟ ଦଳ କିଛି ସଦସ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ପ୍ରଥମେ ଟି-ଟ୍ୱେଣ୍ଟି ପରେ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳିବେ । ଏହି ପୂର୍ଣ୍ଣାଙ୍ଗ ଶୃଙ୍ଖଳାରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ରହିଛି । ଟେଷ୍ଟ ଦଳର ସଦସ୍ୟମାନେ ଧିରେ ଧିରେ ପହଞ୍ଚିବେ ।

ତେବେ ଶୃଙ୍ଖଳାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ । ଖେଳାମାନେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି,  ଦକ୍ଷିଣ ଆଫ୍ରିକାର ପିଚ୍‌ ଗୁଡ଼ିକରେ ବ୍ୟାଟିଂ କରିବା କଷ୍ଟକର ।  ତେଣୁ ଏହି ସିରିଜ୍ ଆମ ପାଇଁ କଠିନ ହେବ । ପ୍ରତ୍ୟେକ ଖେଳାଳିମାନେ ନିଜ ନିଜ ପାଇଁ ସ୍ୱତନ୍ତ ରଣନୀତି ପ୍ରସ୍ତୁତ କରିବେ ବୋଲି ମୁଁ ଆଶା କରୁଛି । ମୋଟ୍‌ ଉପରେ କହିବାକୁ ଗଲେ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହିବା ଜରୁରି । ପରିସ୍ଥିତି ଓ ଜଳବାୟୁକୁ ଧ୍ୟାନରେ ରଖି ଖେଳାଳିମାନେ ରଣନୀତି ପ୍ରସ୍ତୁତ  କରିବେ । ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିଲେ ଦକ୍ଷିଣ  ଆଫ୍ରିକାରେ ସଫଳତା ମିଳିବ ବୋଲି ଦ୍ରାବିଡ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking