33.1 C
Bhubaneswar
Saturday, April 27, 2024
Homeକରୋନାବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଆକ୍ରାନ୍ତ, କହିଲେ ଏମିତି

ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଆକ୍ରାନ୍ତ, କହିଲେ ଏମିତି

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ସୋସିଆଲ ମଡିଆରେ ସେ ଏନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ପ୍ରଦାନ କରିଛନ୍ତି । ସୋନୁ କହିଛନ୍ତି ସେ କରୋନା ପଜିଟିଭ ହୋଇଛନ୍ତି । ମାତ୍ର ତାଙ୍କ ମୁଡ୍ ସୁପର ପଜିଟିଭ ରହିଛି । ଏଥିରୁ ଜଣାପଡୁଛି ଯେ, ସୋନୁ ଏହାକୁ ନେଇ ଅନେକମାତ୍ରାରେ ସକରାତ୍ମକ ରହିଛନ୍ତି ।
ସୋନୁ ଏହି ସୂଚନା ପ୍ରଦାନ ସ୍ୱରୂପ ଲେଖିଛନ୍ତି ଯେ, ‘ନମସ୍କାର ବନ୍ଧୁମାନେ, ଆପଣଙ୍କୁ ଜଣାଇଦେବାକୁ ଚାହୁଁଛି ଯେ, ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେଥିପାଇଁ ମୁଁ ନିଜକୁ କ୍ୱାରେଣ୍ଟାଇନ କରିଛି । ଚିନ୍ତା କରିବାର କାରଣ ନାହିଁ । ଓଲଟି ମୋ ପାଖରେ ଏବେ ପୂର୍ବ ଅପେକ୍ଷା ଅଧିକ ସମୟ ରହିବ ଆପଣଙ୍କ ସମସ୍ୟାକୁ ଠିକ କରିବା ପାଇଁ । ମନେ ରଖନ୍ତୁ, ଯେତେ ବି କଠିନ ପରିସ୍ଥିତି ଆସୁ.. ମୁଁ ଆପଣଙ୍କ ସହ ଅଛି’ ।
ଏହାପରେ ସମସ୍ତେ ସୋନୁ ଜଲଦି ଠିକ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି ।


ଆପଣଙ୍କୁ କହିରଖୁଛୁ, ଯେବେଠୁ ଭାରତରେ କରୋନା ମହାମାରୀ ବ୍ୟାପିଛି, ସେବେଠୁ ସୋନୁ ସୁଦ ଦେଶବ୍ୟାପୀ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ସେ ସହାୟତାର ହାତ ବଢାଇଛନ୍ତି । ଯେତେବେଳେ କରୋନା ସଂକ୍ରମଣ କମ୍ ରହିଥିଲା ସେତେବେଳେ ସୋନୁ ସେହି ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ପାଇଁ ଲାଗିପଡିଥିଲେ । ଯିଏ ଘରେ ତ ପହଂଚିଥିଲେ । ହେଲେ ସେମାନଙ୍କ ପାଖରେ କିଛି କାମ ନଥିଲା । ଲଗାତର ଗୋଟିଏ ବର୍ଷ ଧରି ସେ କରୋନାର ଏଭଳି କଠିନ ସମୟରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ହେଲେ ଏବେ ଯେଉଁଭଳି ଭାବରେ ସଂକ୍ରମଣ ବଢୁଛି ,ସେ ନିଜେ ମଧ୍ୟ ନିରୁପାୟ ହୋଇପଡୁଛନ୍ତି । ସୋନୁ ଏକ ଟ୍ୱିଟ କରି କହିଥିଲେ, ତାଙ୍କ ପାଖକୁ ହଜାର ହଜାର ଲୋକେ କଲ୍ କରୁଛନ୍ତି, ହେଲେ ସେ ସମସ୍ତଙ୍କୁ ସାହାଯ୍ୟ କରିପାରୁନାହାନ୍ତି । ଫଳରେ ସେ ନିଜକୁ ଅସହାୟ ମନେକରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking