27.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି । ସମ୍ପ୍ରତି ସୋନିଆ ଶିମ୍‌ଲା ଗସ୍ତରେ ଥିବାବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଛି । ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଏମ୍‌ସି)କୁ ନିଆଯାଇଥିଲା । ସେଠାରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଡାକ୍ତରମାନେ ତାଙ୍କର ଇସିଜି ଏବଂ ଏମ୍‌ଆରଆଇ ସ୍କାନ ଭଳି ପରୀକ୍ଷା କରିଛନ୍ତି । ପ୍ରକାଶ, ସୋନିଆ ଗାନ୍ଧୀ ସୋମବାର ଛୁଟି କାଟିବା ପାଇଁ ଶିମଲା ଯାଇଥିଲେ । ସେ ତାଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚାରବ୍ରା ଠାରେ ଥିବା ଏକ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି ।

କିନ୍ତୁ ଏଠାରେ ସୋନିଆଙ୍କ ହଠାତ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇପଡିଥିଲା । ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସକ୍ସେନା ନିଜେ ହସ୍ପିଟାଲ ଯାଇ ସେଠାରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଥିଲେ । ଏହାବ୍ୟତୀତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ହସ୍ପିଟାଲରେ ପହଞ୍ଚି ସିଧା ରେଡିଓଲୋଜି ବିଭାଗକୁ ଯାଇ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ପରୀକ୍ଷା ପରେ ସୋନିଆ ଘରକୁ ଫେରିଆସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking