36.1 C
Bhubaneswar
Thursday, May 2, 2024
Homeଓଡିଶାମିଳିଲାନି ଷ୍ଟ୍ରେଚର, ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

ମିଳିଲାନି ଷ୍ଟ୍ରେଚର, ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଙ୍କ ଘୋଷଣା ପରେ ତାଙ୍କ ପୁଅ କାର୍ତ୍ତିକେଶ୍ୱର ଫ୍ରିଜର ରୁମ ପର୍ଯ୍ୟନ୍ତ ନେବାକୁ ଷ୍ଟ୍ରେଚର ଖୋଜିଥିଲେ । ମେଡିକାଲ ପକ୍ଷରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଷ୍ଟ୍ରେଚର ଦିଆଯାଇଥିଲା । ତେଣୁ କାର୍ତ୍ତିକେଶ୍ୱର ବାଧ୍ୟ ହୋଇ ନିଜ ମା’ଙ୍କୁ କାନ୍ଧରେ ଫ୍ରିଜର ରୁମ ପର୍ଯ୍ୟନ୍ତ ବୋହି ନେଇଥିଲେ । କିନ୍ତୁ ସେଠାରେ ପୂର୍ବରୁ ଦୁଇଟି ଶବ ଥିବାରୁ ଦୁଃଖୀଙ୍କ ମୃତଦେହ ରାତିସାରା ବାରଣ୍ଡାରେ ପଡିରହିଥିଲା । ମୃତଦେହକୁ କାନ୍ଧରେ ବୋହିବାର ଭିଡିଓ ଏବେ ଭାଇରାଲ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହିଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଫୁଲବାଣୀରେ । ପତ୍ନୀଙ୍କ ମୃତଦେହକୁ ମେଡ଼ିକାଲ୍‌ରେ ଥିବା କୌଣସି କର୍ମଚାରୀ ନ ଛୁଇଁବାରୁ ଶେଷରେ ସ୍ୱାମୀ ଏକାକୀ ମୃତଦେହକୁ ଟେକି ଟେକି ସିଡ଼ିରେ ୨ ମହଲାରୁ ତଳକୁ ଆଣିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗତ ୨୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁରଙ୍କ ପତ୍ନୀ ଇଦ୍ଭରଜ୍ଞସବ ରୋଗର ଶିକାର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ୩୦ ତାରିଖ ଅପରାହ୍ନରେ ବାଳକୃଷ୍ଣଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ମେଡ଼ିକାଲ୍ କର୍ମଚାରୀଙ୍କ ପାଖରେ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ କି ମୃତଦେହକୁ ଛୁଇଁ ନଥିଲେ । ଏପରିକି ପାଖରେ ଥିବା ସେମାନଙ୍କର କୁନି ପିଲାକୁ ବି କେହି ଧରି ନଥିଲେ । ଶେଷରେ ନିରୁପାୟ ହୋଇ ବାଳକୃଷ୍ଣ ପତ୍ନୀଙ୍କର ମୃତଦେହକୁ ଏକୁଟିଆ ଟେକି ଟେକି ସିଡ଼ିରେ ୨ ମହଲାରୁ ତଳକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking