27.8 C
Bhubaneswar
Friday, April 19, 2024
Homeଓଡିଶାଦର୍ଲ୍ଲିପାଲି ଗ୍ରାମବାସୀଙ୍କ ଅନଶନ, ୪ ଜଣ ଅନଶନକାରୀ ହସ୍ପିଟାଲ ସ୍ଥାନାନ୍ତର

ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ଅନଶନ, ୪ ଜଣ ଅନଶନକାରୀ ହସ୍ପିଟାଲ ସ୍ଥାନାନ୍ତର

ଝାରସୁଗୁଡା : ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ବନ୍ଧବାହାଲସ୍ଥିତ ଲଖନପୁର ଜିଏମ ଅଫିସ ସମ୍ମୁଖରେ ଦର୍ଲିପାଲି ଗ୍ରାମବାସୀମାନେ କରୁଥିବା ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ତେବେ ଅନଶନରେ ବସିଥିବା ଅମୋତ ଓରାମ, ଲବ ବୁଡା, ମମତା ସିଂ, କୈକେଇ ଓରାମଙ୍କ ଦେହ ଅସୁସ୍ଥ ହେବାରୁ ବନହରପାଲି ପୁଲିସ ସେମାନଙ୍କୁ ଜିଲ୍ଲା ମୁକ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ହେଲେ ମଧ୍ୟ ଗ୍ରାମବାସୀମାନେ ଅନଶନରୁ ଓହରି ନାହାନ୍ତି । ବଂର ଆଜିଠାରୁ ସେମାନେ ରିଲେ ଅନଶନ ଆରମ୍ଭ କରିଛନ୍ତି । ଆଜି ରିଲେ ଅନଶନରେ ଜଗବନ୍ଧୁ କରାଳୀ ଏବଂ ସୁରେଶ କୁମାର ସିଂ ବସିଥିବାବେଳେ ଗ୍ରାମବାସୀମାନେ କହିଛନ୍ତି ଭିକ ନୁହେଁ ହକ ଦରକାର, ନିଯୁକ୍ତି ଓ କ୍ଷତିପୂରଣ ଲୋକଙ୍କ ଅଧିକାର । କୋଇଲା ଖନନ ପାଇଁ ଲେକଙ୍କ ଘରଦ୍ୱାରକୁ ମାଟିରେ ମିଶାଉଥିବା ଏମସିଏଲ ପ୍ରଥମେ ଲୋକଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ କରୁ । ନଚେତ ଲୋକଙ୍କୁ ସେମାନଙ୍କର ଘରଦ୍ୱାର ଜମିବାଡି ଫେରସ୍ତ କରୁ । ଯେପର୍ଯ୍ୟନ୍ତ ଏମସିଏଲ ନିଯୁକ୍ତି ଏବଂ କ୍ଷତିପୂରଣ ପ୍ରଦାନ ନକରିବ ସେପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ସେହିପରି ୧୯୯୫ ମସିହାରେ ଏମସିଏଲ ପକ୍ଷରୁ ତିଆରି ହୋଇଥିବା ନିଯୁକ୍ତି ଓ କ୍ଷତିପୂରଣର କଟଅଫ ଡେଟକୁ ପରିବର୍ତନକରି ୨୦୧୮ ମସିହାରେ ଦର୍ଲ୍ଲାପାଲି ଗ୍ରାମରେ ଏମସିଏଲ କରିଥିବା ସର୍ଭେ ଅନୁସାରେ ନିଯୁକ୍ତି, କ୍ଷତିପୂରଣ ଏବଂ ଥଇଥାନ କରାଯାଉବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତିର ସଭାପତି ବିରଂଚି ସାହୁ, ଉପଦେଷ୍ଟ ଗୋପିନାଥ ମାଝୀ ପ୍ରମୁଖ କହିଛନ୍ତି । ଏହି ଅନଶନକୁ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମତି, ବିଭିନ୍ନ ରାଜନୈତିକ ଦଳ ଓ ଅନେକ ଖଣି ବିସ୍ଥାପିତ ତଥା କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସମର୍ଥନ ଜଣାଇଛନ୍ତି ।

ଏମସିଏଲର ଖଣି ସମ୍ପ୍ରସାରଣ ଯୋଗୁଁ ଦର୍ଲ୍ଲିପାଲି ଗ୍ରାମକୁ ବିସ୍ଥାପିତ କରାଯାଉଛି । ହେଲେ ଗ୍ରାମବାସୀଙ୍କୁ ଉପଯୁକ୍ତ ନିଯୁକ୍ତି ଥଇଥାନ, କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ । ଫଳରେ କୋଇଲା ଖନନ ପାଇଁ ନିଜର ଘରଦ୍ୱାର, ଜମିବାଡି, ଭିଟାମାଟି ହରାଇଥିବା ଲୋକେ ଉପେକ୍ଷିତ ଓ ଅବହେଳିତ ହେଉଛନ୍ତି । ତେଣୁ ଦର୍ଲ୍ଲିପାଲି ଗ୍ରାମବାସୀଙ୍କୁ ଏମସିଏଲ ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ କରିବା ପୂର୍ବରୁ ଯୋଗ୍ୟତା ଏବଂ ନିୟମ ଅନୁଯାୟୀ ଏମସିଏଲ କିମ୍ବା ଏମସିଏଲ ଅଧିନସ୍ତ କମ୍ପାନୀରେ ନିଯୁକ୍ତି, ଥଇଥାନ ପାଇଁ ଜମି, ଘର, ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରୁବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ବେଲପାହାଡ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗତ ୧୯୯୫ ମସିହାରୁ ଦର୍ଲିପାଲି ଗ୍ରାମକୁ ବିସ୍ଥାପିତ କରିବା ପାଇଁ ନୋଟିସ ଜାରି କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା ଗ୍ରାମର ଅନେକ ପରିବାରଙ୍କୁ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଏମସିଏଲ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ହେଲେ ପ୍ରଥମେ ଗ୍ରାମବାସୀଙ୍କ ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପରିବର୍ତେ ଖଣି ସମ୍ପ୍ରସାରଣ ପାଇଁ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ତଡିଦେବା ପାଇଁ ଏମସିଏଲ ଯୋଜନା ଚଲାଇଛି ବୋଲି ଗ୍ରାମବାସୀମେନ କହିଛନ୍ତି । ଏହାସହ ଏମସିଏସ କୋଇାଲା ଉତ୍ପଦନ ବୃଦ୍ଧି ପାଇଁ ଗ୍ରାମ ନିକଟରେ ଥିବା ଖଣିରେ ପ୍ରତିଦିନ ଭାରି ମାତ୍ରାର ବ୍ଲାଷ୍ଟିଙ୍ଗ କରୁଛି । ଫଳରେ ଗ୍ରାମବାସୀମାନେ ନିଜ ଜୀବନ ସହିତ ସଂଘର୍ଷ କରି ସର୍ବଦା ବିପଦରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ, ନିଯୁକ୍ତି ଓ ଥଇଥାନ ପ୍ରଦାନକରି ବିସ୍ଥାପନ କରାଯିବାପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking