38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତର ଏମିତି କିଛି ପର୍ଯ୍ୟଟନ ସ୍ଥଳ ଯେଉଁଠିକୁ ଯିବା ପାଇଁ ନେବାକୁ ପଡ଼ିଥାଏ ଅନୁମତି

ଭାରତର ଏମିତି କିଛି ପର୍ଯ୍ୟଟନ ସ୍ଥଳ ଯେଉଁଠିକୁ ଯିବା ପାଇଁ ନେବାକୁ ପଡ଼ିଥାଏ ଅନୁମତି

ନୂଆଦିଲ୍ଲୀ: ଭାରତ ହେଉଛି ଏକ କଳା ସଂସ୍କୃତି ଏବଂ ଐତିହର ଦେଶ । ଯେଉଁଠାରେ ରହିଛି ବହୁ ପ୍ରାଚୀନ କଳାକୃତି, ଏବଂ ଅନେକ ପର୍ଯ୍ୟଟନ କ୍ଷେତ୍ର, ଯାହାକି ଅନେକ ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ବାଧ୍ୟ କରେ । ଏଥି ସହିତ ଭାଗତରେ ଏପରି କିଛି ପ୍ରକୃତିକ ସୌନ୍ଦର୍ଯ୍ୟ ରହିଛି ଯାହାକୁ ଦେଖିବା ପାଇଁ ଏବଂ ଉପଭୋଗ କରିବା ପାଇଁ କାଇଁ କେତେ ଦୂରରୁ ଧାଇଁ ଅସନ୍ତି ଅନେକ ପର୍ଯ୍ୟଟକ । କିନ୍ତୁ ଭାରତେ ଏପରି ବି କିଛି ସ୍ଥାନ ରହିଛି, ଯେଉଁଠିକୁ ବିନା ଅନୁମତିରେ ପ୍ରବେଶ ନିଷେଧ କରାଇଛି ।

ସେଠାକାର ସ୍ଥାନୀୟ ଲୋକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ପାଇଁ ଇନର ପରମିଟ ଲାଇନ ବା ଭିତର ଅନୁମତି ରେଖା ଆବଶ୍ୟକ । ଭିତର ଅନୁମତି ରେଖା ହେଉଛି ଭାରତର ଅଫିସିଆଲ ଟ୍ରାଭେଲ ଡକୁମେଣ୍ଟ । ଏହାଦ୍ୱାରା ବିଦେଶୀ ର୍ପ୍ୟଟକମାନେ ବୁଲିବାକୁ ଅନୁମତି ପାଇଥାନ୍ତି । ଏହି ନିୟମ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଲାଗୁ କରାଯାଇଥାଏ । ତେବେ ଏହି ସବୁ ସ୍ଥାନଗୁଡ଼ିକ ଅନ୍ୟ ଦେଶର ସୀମାନ୍ତରେ ଅବସ୍ଥିତ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଅନୁମତି ପତ୍ର ଆବଶ୍ୟକ ହୋଇଥାଏ । ଯେଉଁମାନଙ୍କୁ ଏହି ଅନୁମତି ଦିଆଯାଏ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫେରିବାକୁ ପଡ଼ିଥାଏ ତେବେ ଆଜି ଆମେ ଆପଣମାନଙ୍କୁ ଭାରତର ଏପରି କିଛି ସ୍ଥାନ ବିଷୟରେ କହିବାକୁ ଯାଉଅଛୁ । ଯେଉଁଠାକୁ ବୁଲିବା ପାଇଁ ଅନୁମତି ନେବାକୁ ପଡିଥାଏ । ସେଗୁଡ଼ିକ ହେଉଛି:-

କୋହିମା, ନାଗାଲ୍ୟାଣ୍ଡ: ନାଗାଲ୍ୟାଣ୍ଡର ରାଜଧାନୀ କୋହିମାରେ ନାଗା ଜନଜାତି ବାସ କରନ୍ତି । ଉତ୍ତର-ପୂର୍ବ ଭାରତର ଏହି ରାଜ୍ୟ ଉଚ୍ଚ ପର୍ବତ ଶିଖରରେ ଅବସ୍ଥିତ । ନାଗାଲ୍ୟାଣ୍ଡକୁ ଏସିଆ ମହାଦେଶର ସ୍ୱିଜରଲ୍ୟାଣ୍ଡ କୁହାଯାଏ । ଏହି ସ୍ଥାନକୁ ଯିବାକୁ ହେଲେ ଭିତର ରେଖାର ଅନୁମତି ଆବଶ୍ୟକ ପଡ଼ିଥାଏ ।

ଲୋକତକ ହ୍ରଦ, ମଣିପୁର: ଉତ୍ତର-ପୂର୍ବ ଭାରତର ବୃହତ୍ତମ ସ୍ୱଚ୍ଛ ଜଳ ହ୍ରଦ ଲୋକତକ ହ୍ରଦକୁ କୁହ।।ଏ । ଏହି ହ୍ରଦ ମଝିରେ ଭୂଖଣ୍ଡର କିଛି ଅଂଶ ଭାସୁଥିବାର ଦେଖାଯାଏ, ଯେଉଁଥିରେ ପାଣି ଭରି ରହିଥାଏ । ଏହି ଅଂଶଗୁଡ଼ିକ ମାଟି, ବୃକ୍ଷ ଆଦିକୁ ନେଇ ଗଠିତ ହୋଇଥାଏ । ଅନେକ ସ୍ୱତନ୍ତ୍ରତା ସକାଶେ ଏହି ହ୍ରଦକୁ ବହୁତ ଲୋକ ପସନ୍ଦ କରନ୍ତି । ଏଠାକୁ ବୁଲିବାକୁ ଯିବା ପାଇଁ ଭିତର ଲାଇନ ଅନୁମତି ଦରକାର ପଡ଼ିଥାଏ ।

ଚାଙ୍ଗୁ ହ୍ରଦ, ସିକିମ:  ସିକିମର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଚାଙ୍ଗୁ ହ୍ରଦ ଅନ୍ୟତମ । ଏହି ହ୍ରଦର ଜଳ ଶୀତଦିନେ ବହୁତ ଥଣ୍ଡା ହୋଇାଇଥାଏ । ଏଠାକୁ ଯିବାକୁ ହେଲେ ଜଣକୁ ଭିତର ରେଖା ଅନୁମତି ଆଣିବାକୁ ପଡ଼ିଥାଏ ।

ଜିରୋ, ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହେଉଛି ଜିରୋ ଭ୍ୟାଲି । ଏହି ଉପତ୍ୟକା ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ ଅଟେ । ଏଠାରେ ଜନଜାତିର ଲୋକ ବାସ କରନ୍ତି । ଏଠାକୁ ଯିବାକୁ ହେଲେ ଭିତର ଲାଇନର ଅନୁମତି ଆଣିବାକୁ ପଡ଼ିଥାଏ ।

ଆଇଜୋଲ, ମିଜୋରାମ:  ମିଜୋରାମର ରାଜଧାନୀ ଆଇଜୋଲରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି । ବିଦେଶରୁ ବହୁ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ସଂଗ୍ରହାଳୟ, ପାହାଡ଼ ଷ୍ଟେସନ ଆଦି ଏଠାରେ ରହିଛି । ଏଠାକୁ ଯିବାକୁ ହେଲେ ଭିତର ଲାଇନର ଅନୁମତି ଆବଶ୍ୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking