କରୋନାରେ ଜୀବନ ହାରିଲେ ସମାଜସେବୀ

ଯାଜପୁର: ଯାଜପୁର ଜିଲ୍ଲାର ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁରସ୍ଥ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଅଛି । ସେ ଦୀର୍ଘଦିନ ଧରି କରୋନା ରୋଗରେ ଆକ୍ରାନ୍ତ ହୋଇ କଟକ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିଲେ । ବୃତ୍ତିରେ ସେ ଡି.ଆଇ.ସି କାର୍ଯ୍ୟାଳୟ କଟକର ଦ୍ଵିତୀୟ ଶ୍ରେଣୀର କର୍ମଚାରୀ ହୋଇଥିଲେ ମଧ୍ୟ ପ୍ରବୃତ୍ତିରେ ଜଣେ ଦରଦୀ ମଣିଷ ଓ ସମାଜସେବୀ ଭାବେ ସେ ଜଣାଶୁଣା । ଅନେକ ଗରିବ ଓ ଅସହାୟ ଶିଶୁଙ୍କୁ ନିଜ ରୋଜଗାର ଅର୍ଥରେ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ । ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାକ୍ଷଣି ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରର ଅବସ୍ଥାକୁ ନଜରକୁ ରଖି ସରକାରୀ ସ୍ତରରେ ତାଙ୍କ ପରିବାରର ସଦସ୍ୟଙ୍କୁ ବୃତ୍ତିଟିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ତଥା ବୁଦ୍ଧିଯିବି ମହଲରୁ ଦାବି କରାଯାଉଛି।

LEAVE A REPLY

Please enter your comment!
Please enter your name here