ଯାଜପୁର : ବିଦ୍ୟାଳୟ ନିକଟରୁ ୧୧ କେଭି ବିଦ୍ୟୁତ ଖୁଣ୍ଟ ହଟିଲା। ହଳଦିଗଡ଼ିଆର ସର୍ବପୁରାତନ ଶିକ୍ଷାନୁଷ୍ଠାନ ମଦନ ମୋହନ ନୋଡାଲ ବିଦ୍ୟାପୀଠ ଓ ହଳଦିଗଡ଼ିଆ ଉଚ୍ଚ ବିଦ୍ୟାପୀଠ ପାଚେରୀକୁ ଲାଗି ପକାଯାଉଥିବା ୧୧ କେଭିଏ ବିଦ୍ୟୁତ ଖୁଣ୍ଟକୁ ଆଜି ବିଭାଗୀୟ ଇଲେଟ୍ରିକାଲ ଜେଇ କୋରେଇ ସେକସନ . ଓ କୋରେଇ ପୋଲିସଙ୍କ ହସ୍ତକ୍ଷେପ ପରେ ଆପୋଷ ସମାଧାନରେ ଓ ଗଣମାଧ୍ୟମରେ ପ୍ରକାଶ ପାଇବାସହ ଗତକାଲି ସମସ୍ତ ଶିକ୍ଷା ବିଭାଗର ପଦାଧିକାରୀ ଓ ବିଦ୍ୟୁତ ବିଭାଗର ପଦାଧିକାରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ ପତ୍ର ବିଦ୍ୟାଳୟର ପୁରାତନ ଛାତ୍ରଭୁବନ ମୋହନ ମହାନ୍ତି ଜଣାଇବା ପରେ ଆଜି ଶିକ୍ଷା ବିଭାଗର ହସ୍ତକ୍ଷେପ ପରେ ପାଚେରୀ ପାଖରୁ ଖୋଳାଯାଉଥିବା ଗାତରୁ ହଟାଯାଇଥିବାରୁ ପୁରାତନ ଛାତ୍ରଭୁବନ ମୋହନ ମହାନ୍ତି ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବିଦ୍ୟୁତ ବିଭାଗର କର୍ମକର୍ତ୍ତା ଓ କୋରେଇ ପୋଲିସର ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖବରଟି ପ୍ରଥମେ ଓଏନଏରେ ପ୍ରକାଶ ପାଇଥିଲା ।