28.9 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗଛତୁ ବିକ୍ରି କରି ସଫଳ ବ୍ୟବସାୟ

ଛତୁ ବିକ୍ରି କରି ସଫଳ ବ୍ୟବସାୟ

କେନ୍ଦୁଝର: କୁହାଯାଏ ଆବଶ୍ୟକତା ହି ନୂଆ ସମ୍ଭାବନା ସୃଷ୍ଟି କରେ । ଇଚ୍ଛା ଥିଲେ ଉପାୟ ଆପଣା ଛାଏଁ ଉଭା ହୁଏ । ଧୈର୍ଯ୍ୟ ଓ ନିଷ୍ଠା ଏହାକୁ ସଫଳତାର ରୂପ ଦିଏ। ଭୂବନେଶ୍ୱର ଓ ବାରିପଦାରୁ ଛତୁ ମଞ୍ଜି ଆଣି ଛତୁ ଚାଷ କରୁଥିବା କେନ୍ଦୁଝରର ଛତୁ ଚାଷୀମାନେ ଲକଡାଉନ୍ ସମୟରେ ଛତୁ ମଞ୍ଜି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ନିଜ ଉଦ୍ୟମରେ ଛତୁ ମଞ୍ଜି ପ୍ରସ୍ତୁତ କରି ଛତୁ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଅଣ୍ଟାଭିଡିଛନ୍ତି କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ବୋଦାପଳଶା ଗ୍ରାମର ଦମ୍ପତ୍ତି ନିରଞ୍ଜନ ମହାନ୍ତ ଏବଂ ନନ୍ଦିନୀ ମହାନ୍ତ । ସାଧାରଣ ପରିବାର ହେଲେ ମଧ୍ୟ ସେମାନଙ୍କ ଧର୍ଯ୍ୟ ଓ ନିଷ୍ଠା ଆଗରେ ହାର ମାନିଛି ଅଭାବ ଅସୁବିଧା ଓ ବାଧା ବିଘ୍ନ । ଆବଶ୍ୟକତା ପୂରଣ ପାଇଁ ମଞ୍ଜି ଉତ୍ପାଦନ ଆରମ୍ଭ କରି ଏହାକୁ ପେଶା କରିଥିବା ବେଳେ ସ୍ଥାନୀୟ ଛତୁ ଚାଷୀଙ୍କ ମଞ୍ଜି ସମସ୍ୟା ଦୂର କରିବା ସହ ପୁରୀ,ଫୁଲବାଣୀ ଏବଂ ଢେଙ୍କାନାଳ ଆଦି ବାହାର ଜିଲ୍ଲାକୁ ମଧ୍ୟ ପଠାଉଛନ୍ତି ।ବର୍ତ୍ତମାନ ଦୈନିକ ୧୪ ହଜାର ଟଙ୍କାର ଛତୁ ମଞ୍ଜି ବିକ୍ରି କରୁଛନ୍ତି ନିରଞ୍ଜନ ଛତୁ ଚାଷ ପାଇଁ କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ର ରେ ଏବଂ ମଞ୍ଜି ଉତ୍ପାଦନ ପାଇଁ ଭୂବନେଶ୍ୱରସ୍ଥିତ ଓୟୁଏଟିରେ ତାଲିମ ଗ୍ରହଣ କରିଥିଲେ। ଏହି ଦକ୍ଷତା ଉପଯୋଗ କରି ଛତୁ ମଞ୍ଜି ଉତ୍ପାଦନ କରିବା ପାଇଁ ମନସ୍ଥ କରିଥିଲେ । ଛତୁ ଚାଷ ପାଇଁ ଆବଶ୍ୟକ ଅଟୋ କ୍ରେଭ ମେସିନ ନ ଥିବାବେଳେ ପ୍ରଥମେ ଏକ ପ୍ରେସର କୁକର ଦ୍ଵାରା ପରୀକ୍ଷା ମୂଳକ ଭାବେ ଷ୍ଟରଲାଇଜ କରି ସଫଳ ହୋଇଥିଲେ। ଛତୁ ଚାଷରୁ ସଞ୍ଚିତ ଅର୍ଥରେ ପରବର୍ତ୍ତୀ ସମୟରେ ଏକ ଅଟୋ କ୍ରେର ମେସିନ କିଣିଛନ୍ତି । ନିରଞ୍ଜନଙ୍କ ପତ୍ନୀ ନନ୍ଦିନୀ ମଧ୍ୟ ଜଣେ ସଫଳ ଛତୁ ଚାଷୀ । ପୂର୍ବରୁ ସେ ୫୦୦ରୁ ୨୦୦ ବେଡ଼ ପର୍ଯ୍ୟନ୍ତ ପାଳ ଏବଂ ଧୂଙ୍ଗିରୀ ଛତୁ ଚାଷ କରି ପରିବାର ରେ ନିଜ ରୋଜଗାର ଯୋଡିଥିବାବେଳେ ସ୍ବାମୀଙ୍କ ଠାରୁ ମଞ୍ଜି ଉତ୍ପାଦନ ଶିକ୍ଷା ଲାଭ କରି ସ୍ୱାମୀ ଙ୍କୁ ମଞ୍ଜି ଉତ୍ପାଦନ କାମରେ ସାହାଯ୍ୟ କହୁଛନ୍ତି ।ବର୍ଭମାନ ଲାଗିଥିବା ୪.୫ କିଲୋ ୱାଟ ଅଟୋ କ୍ଲେଭ ମେସିନ ଦ୍ବାରା ପ୍ରତି ଘଣ୍ଟାରେ ୧୫୦ ପ୍ୟାକେଟ ବୋତଲ ଛତୁ ମଞ୍ଜି ଷ୍ଟେରଲାଇକ ହୋଇ ପାରୁଥିବାବେଳେ ଦୈନିକ ୭୦୦ ପ୍ୟାକେଟ ଛତୁ ମଞ୍ଜି ପ୍ରସ୍ତୁତ ହେଉଛି। ସ୍ଥାନୀୟ ଛତୁ ଚାଷୀମାନେ ଏ ସମ୍ବନ୍ଧରେ ଜାଣିବା ପରେ ଘରକୁ ଆସି ଛତୁ ମଞ୍ଜି କିଣି ନେଉଥିବାବେଳେ ସ୍ଥାନୀୟ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି । ବର୍ତମାନ ୪.୫ କିଲୋୱାଟର ଅଟୋକୁଭ ଇ ମେସିନରେ ୩ଘଣ୍ଟାରେ ୧୫ ବୋତଲ ବା ପ୍ୟାକେଟ ଛତୁ ମଞ୍ଜି ପ୍ରସ୍ତୁତ ହେଉଥିବାବେଳେ ଖୁବ ଶିଘ୍ର ୭ କିଲୋର ଏକ ମେସିନର ଯୋଜନା ରହିଛି । ଉକ୍ତ ମେସିନ ସାହାଯ୍ୟରେ ପ୍ରତି ଘଣ୍ଟାରେ ୭୫୦ ପ୍ୟାକେଟ ବା ବୋତଲ ମଞ୍ଜି ପ୍ରସ୍ତୁତ ହୋଇ ପାରିବ । ଏହା ବ୍ୟତୀତ ପାଳ ଛତୁ ପଇଁ ବେଡ ପ୍ରସ୍ତୁତ ହୋଇଛି। ନିଜେ ମଧ୍ୟ ପାଳ ଛତୁ ଚାଷ ଆରମ୍ଭ କରିବେ ଏବଂ ଅଗକୁ ଛତୁରୁ ବିଭିନ୍ନ ଉତ୍ପାଦ ଯଥା ଛତୁ ଆଚାର, ଛତୁ ବଡି, ଛତୁ ପାମ୍ପଡ, ଛତୁ ସୁପ ପାଉଡର, ଛତୁ ସସ୍ ଏବଂ ଜାମ ଆଦି ପ୍ରସ୍ତୁତି କରିବାର ଯୋଜନା ରହିଛି ବୋଲି କହିଛନ୍ତି ନିରଞ୍ଜନ । ଉନ୍ନତ ମାନର ଛତୁ ଚାଷ ପାଇଁ ସ୍ଵାମୀଙ୍କଠାରୁ ତାଲିମ ପାଇବା ପରେ ନିଜେ ଛତୁ ଚାଷ ଜାରି ରଖିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ବୟଂ ସହାୟିକା ଗୋଷ୍ଠୀ ତଥା ଉତ୍ପାଦିକା ଗୋଷ୍ଠୀ ଗୁଡିକୁ ଛତୁ ଚାଷ ପ୍ରଣାଳୀ ସମ୍ବନ୍ଧରେ ତାଲିମ ଦେଉଛନ୍ତି। ଏହା ଦ୍ଵାରା ମହିଳାମାନେ ସ୍ବାବଲମ୍ବୀ ହେବେ ବୋଲି କହିଛନ୍ତି ନିରଞ୍ଜନଙ୍କ ସ୍ତ୍ରୀ ନନ୍ଦିନୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking