37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଏସୟୁସିଆଇ(କମ୍ୟୁନିଷ୍ଟ)ପକ୍ଷରୁ କଳିଙ୍ଗନଗର ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

ଏସୟୁସିଆଇ(କମ୍ୟୁନିଷ୍ଟ)ପକ୍ଷରୁ କଳିଙ୍ଗନଗର ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର: ଏସୟୁସିଆଇ(କମ୍ୟୁନିଷ୍ଟ)ଓଡିଶା ରାଜ୍ୟ କମିଟି ଆହ୍ୱାନରେ ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ କରିବା ଦାବିରେ ସପ୍ତାହ ବ୍ୟାପୀ ଆନ୍ଦୋଳନ । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଯାଜପୁର ରୋଡ଼ ଠାରେ କଳିଙ୍ଗନଗର ଏଡିଏମଙ୍କୁ ଏକ ଦାବିପତ୍ର ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦଳର କର୍ମୀ ମାନେ ବ୍ୟାନର, ପ୍ଲାକାର୍ଡ ଧରି ରେଳ ଓ କୋଇଲା ସମେତ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦକରିବା, କରୋନା ଓ ଅଣକରୋନା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା, ଚାଷୀ ମାନଙ୍କ ସ୍ୱାର୍ଥ ବିରୋଧୀ ନୂଆ କୃଷି ନୀତି୨୦୨୦ ବାତିଲ କରିବା,ସମସ୍ତ ବେକାର ଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା,ଶିକ୍ଷା ଧ୍ବଂସକାରୀ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦କୁ ପ୍ରତ୍ୟାହାର କରିବା ଆଦି ସ୍ଲୋଗାନ ମାନ ଦେଇ ପାର୍ଟିର ଜିଲ୍ଲା କମିଟି ସଭ୍ୟ ସୁରେଶ ପ୍ରଧାନ, ବିଜୟାନନ୍ଦ ମଲ୍ଲିକ, କେଦାରନାଥ ସାହୁ ଓ ବିଜୟ ଜେନା, ହୃଷିକେଶ ସିଂ, ରାଧାକାନ୍ତ ଜେନା, ରାଜକିଶୋର ମହାନ୍ତ, ମହେଶ୍ୱର ପୃଷ୍ଟି,ଧୂର୍ବ ପଣ୍ଡା ଆଦି ଙ୍କ ନେତୃତ୍ୱରେ ବଜାର ପରିକ୍ରମା କରି ଗୋପବନ୍ଧୁ ଛକ ନିକଟରେ ଏକତ୍ରିତ ହୋଇଥିଲେ।ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଦୃଢ଼ ଗଣଆନ୍ଦୋଳନ ଗଢିତୋଳିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking