38.1 C
Bhubaneswar
Friday, April 26, 2024
Homeଅପରାଧଏକ ତରଫା ପ୍ରେମର କରୁଣ ପରିଣତି ଘଟଣା : ଭାଉଜ ଗିରଫ

ଏକ ତରଫା ପ୍ରେମର କରୁଣ ପରିଣତି ଘଟଣା : ଭାଉଜ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଗଙ୍ଗନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ନଣନ୍ଦକୁ ଗଳା କାଟି ବିଭତ୍ସ ଭାବେ ହତ୍ୟା କରିଛି ଭାଉଜ । ଏକ ତରଫା ପ୍ରେମକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଜଣା ପଡିଛି । ପ୍ରେମରେ ବିଫଳ ହେବାରୁ ହତାଶ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ,ଶନିବାର ରାତିରେ ସଂପୃକ୍ତ ଯୁବକ ଜଣକ ଶିବାନୀଙ୍କ ଘରେ ପଶିଥିଲେ । ସେ ଜୋରଜବରଦସ୍ତ ଶିବାନୀଙ୍କୁ ତାଙ୍କ ପ୍ରେମ ସ୍ୱୀକାର କରାଇବାକୁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ଅସଫଳ ହେବାରୁ ସେ ଉତ୍ୟକ୍ତ ହୋଇଉଠିଥିଲେ । ଆଉ ଶେଷରେ ଶିବାନୀଙ୍କ ଗଳାକାଟି ଦେଇଥିଲେ ବୋଲି ମୃତା ଶିବାନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବହୁ ଦିନ ଧରି ଯୁବକ ଜଣଙ୍କ ଏଭଳି ପ୍ରେମ ନିବେଦନ କରି ଶିବାନୀଙ୍କୁ ରାସ୍ତା-ଘାଟରେ ହଇରାଣ ହରକତ କରୁଥିଲା ।  ରାମଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ଶିବାନୀ ଗତକାଲି ତାଙ୍କ ବାରିପଟେ ଘରେ ପାଠ ପଢ଼ୁଥିବା ବେଳେ ତାଙ୍କ ମା’ ଦାଣ୍ଡଘରେ ଟିଭି ଦେଖୁଥିଲେ । ରାତି ପ୍ରାୟ ୮ଟା ସମୟର ଅଭିଯୁକ୍ତ ଭାଉଜ ଶିବନୀ ପଢ଼ୁଥିବା ଘରେ ପଶିଥିଲା ଏବଂ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଦେଇଥିଲା । ଝିଅର ଚିତ୍କାର ଶୁଣି ପରିବାର ଲୋକେ ଶିବାନୀଙ୍କୁ ଉଦ୍ଧାର କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲୁଗାଁ ଓ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କଣ ପାଇଁ ଭାଉଜ ନଣନ୍ଦକୁ ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
https://onakhabar.com/2019/12/15/murder-81/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking