29.1 C
Bhubaneswar
Monday, May 6, 2024
Homeଓଡିଶାଜୀବିକା ବୃଦ୍ଧି ପାଇଁ ଯାଜପୁରରେ ଏକ ବିକଶିତ ଯୋଜନାର ଚୁକ୍ତି ସ୍ୱାକ୍ଷରିତ

ଜୀବିକା ବୃଦ୍ଧି ପାଇଁ ଯାଜପୁରରେ ଏକ ବିକଶିତ ଯୋଜନାର ଚୁକ୍ତି ସ୍ୱାକ୍ଷରିତ

ଯାଜପୁର( ଓଏନଏ) : ଶୁକ୍ରବାର ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ପ୍ରଶାସନ ଯାଜପୁର ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ବି.ସି.କେ.ଆଇ.ସି. ମଧ୍ୟରେ ଏକ ଏମ୍‌.ଓ.ୟୁ. ବା ବୁଝାମଣା ପତ୍ର ସ୍ୱାକ୍ଷର ହୋଇଚ୍ଥି । ଏହି ଚୁକ୍ତି ଅନୁସାରେ ଜୀବିକାର୍ଜନର ପନ୍ଥାକୁ ବ୍ୟାପକ ଓ ପରିସର ବୃଦ୍ଧି ସହ ଜୀବିକା ବୃଦ୍ଧି ପାଇଁ ଏକ ବିକଶିତ ଯୋଜନାର ରୂପରେଖକୁ କାର୍ଯ୍ୟକାରୀ କରାଯିବl ପାଇଁ ଆଲୋଚନା କରା ଯାଇ ଥିଲା । ଏହି ଚୁକ୍ତି ପତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ଓ ବି.ସି.କେ.ଆଇ.ସି. ପକ୍ଷରୁ ଏହାର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର ସ୍ୱାକ୍ଷର କରିଥିଲେ । ବି.ସି.କେ.ଆଇ.ସି ଯାଜପୁର ଉନ୍ନୟନ କର୍ତୃପକ୍ଷ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏବଂ ଯୁବ ବର୍ଗଙ୍କୁ ସହଜସାଧ୍ୟ ବୈଷୟିକ କୈାଶଳ ମାଧ୍ୟମରେ ଜୀବିକା ଯୋଗାଯାଇ ପାରିବ । ଏହି ଅଭିନବ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ଜିଲ୍ଲାର ବିଭିନ୍ନ ସମ୍ପଦର ଆକଳନ ସହ କେଉଁ ଅଂଚଳ ପାଇଁ କିଭଳି ଜୀବିକା ଉପଯୋଗୀ ହୋଇପାରିବ ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଭୈାଗୋଳିକ ସ୍ଥିତି, ଖଣିଜ ଦ୍ରବ୍ୟର ସ୍ଥିତି, କୃଷି, ଶିଳ୍ପ, ପର୍ଯ୍ୟଟ୍ଟନ, କଂଚାମାଲର ଉପଲବ୍ଧ, ଦକ୍ଷତା ଓ ପ୍ରାକୃତିକ ସମ୍ପଦର ଆକଳନ କରି ସେହି ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ଜୀବିକା ପ୍ରଣାଳୀରେ କ’ଣ ସମସ୍ୟା ଉପୁଜିଛି ଓ ତାହାର ଆଶୁ ସମାଧାନକୁ ଗୁରୁତ୍ୱ ଦିଆଯିବ । ବର୍ଯ୍ୟବସ୍ତୁର ସପଂଳ ପରିଚାଳନା ଓ ସ୍ୱଚ୍ଚ୍ଥ ଭାରତ ମିଶନ ମାଧ୍ୟମରେ ଆର୍ଥିକ ସମୃଦ୍ଧି ପାଇଁ ଖସଡା ପ୍ରସ୍ତୁତ ହେବ । ଭିତିଭୂମି ଅନୁଧ୍ୟାନ ଓ ବିକାଶ, କୃଷିଜାତ ଓ ଅନ୍ୟାନ୍ୟ ଉତ୍ପାଦନର ଊପଯୁକ୍ତ ବଜାର ସୃଷ୍ଟି, ଯୁବ ବର୍ଗଙ୍କୁ ଦକ୍ଷତା ବିକାଶ ଓ ଧନ୍ଦା ମୂଳକ ପ୍ରଶିକ୍ଷଣ ସହ ଊପଯୁକ୍ତ ତାଲିମ ପ୍ରଦାନ କରାଯିବ, ସେମାନଙ୍କ ପାଇଁ ଜୀବିକାର୍ଜନ ସହଜ ହୋଇପାରିବ । ଆଗାମୀ ୫ ବର୍ଷ ପାଇଁ ପ୍ରସ୍ତୁତ ଯୋଜନାରେ ୫ ହଜାର ମହିଳା ସ୍ୱୟଂ ସହାୟକଙ୍କୁ ସଶକ୍ତ କରିବା, ଏକ ହଜାର ପଂଳପ୍ରଦ ନିଯୁକ୍ତି ସୃଷ୍ଟି କରିବା, ଅଭିନବ ଯୋଜନା ଆଧାରରେ ୨୦ ଗୋଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଓ ୨୦ ଟି ଅଭିନବ ପ୍ୟାଟେଣ୍ଟ ବ୍ୟବସ୍ଥା କରିବା, ଉଦ୍ୟୋଗୀ ଭାବେ ଏକ ହଜାର ଯୁବ ବର୍ଗକୁ ପ୍ରସ୍ତୁତ କରିବାକୁ ଏହି ଅଭିନବ ଯୋଜନାରେ ଲକ୍ଷ୍ୟ ରଖାଯାଇଚ୍ଥି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଚ୍ଥନ୍ତି ।

ରିପୋର୍ଟ- ଅଭିମନ୍ୟୁ ମିଶ୍ର, ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking