26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶସିଦ୍ଧୁଙ୍କୁ ଜେଲରେ ମିଳିଲା ନୂଆ କାମ

ସିଦ୍ଧୁଙ୍କୁ ଜେଲରେ ମିଳିଲା ନୂଆ କାମ

ଚଣ୍ଡୀଗଡ଼  : ନବଜ୍ୟୋତ ସିଦ୍ଧୁଙ୍କ ଏବେ ନୂଆ ଅବତାର । କ୍ରିକେଟର, କମେଣ୍ଟେଟର ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଆଉ ଏବେ କ୍ଲର୍କ । ୩୪ ବର୍ଷ ପୂର୍ବର ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସିଦ୍ଧୁ ଜେଲ କାର୍ୟ୍ୟାଳୟରେ କରିବେ ଏବେ କ୍ଲରିକାଲ କାମ । ଜେଲର ସୁରକ୍ଷା ଦୃଷ୍ଟିରୁ ସିଦ୍ଧୁଙ୍କୁ କ୍ଲରିକାଲ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସିଦ୍ଧୁଙ୍କୁ ପଟିଆଲା ସେଣ୍ଟ୍ରାଲ ଜେଲ କର୍ତ୍ତୃପକ୍ଷ ମୁନଶୀ କାମ ଦେଇଛନ୍ତି ।

ଜେଲ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସିଦ୍ଧୁ ମଙ୍ଗଳବାର ଦିନ ଠାରୁ ନିଜର କାମ ଆରମ୍ଭ କରିଦେଇଛନ୍ତି । ନବଜ୍ୟୋତ ସିଂହ ସିଦ୍ଧୁ ନିଜର କାମ ୨ଟି ସିଫ୍ଟରେ କରୁଛନ୍ତି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ ଓ ଅପରାହ୍ନରେ ୩ଟାରୁ ୫ଟା ପର୍ୟ୍ୟନ୍ତ । ଏହାରି ମଧ୍ୟରେ ସିଦ୍ଧୁଙ୍କୁ ୩ ଘଣ୍ଟାର ବିରତି ମଧ୍ୟ ମିଳୁଛି । ସୂଚନାଯୋଗ୍ୟ, ନିକଟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ସିଦ୍ଧୁ ଜେଲରେ ଡାଲି-ରୁଟି ଖାଉନାହାନ୍ତି । ଫଳରେ ତାଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ସୋମବାର ତାଙ୍କୁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ ସେଠାରେ ମେଡିକାଲ ଚେକଅପ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking