ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୫ ବର୍ଷ ପାଇଁ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ତାରକା ଶ୍ୱେତପର୍ଣ୍ଣା । ଶ୍ୱେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା । ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଇମ୍ପାକ୍ଟ ପକ୍ଷରୁ ୧୯୯୩ରୁ ପ୍ରତିବର୍ଷ ଦିଆଯାଇ ଆସୁଛି ପୁରସ୍କାର ।ଇମ୍ପା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ।








