28.1 C
Bhubaneswar
Saturday, September 12, 2026
Homeଓଡିଶାଓସିଏକୁ କାରଣ ଦର୍ଶାଅ ନୋଟିସ୍‌

ଓସିଏକୁ କାରଣ ଦର୍ଶାଅ ନୋଟିସ୍‌

କଟକ: ବାରବାଟୀ ଦିନିକିଆରେ ବିଭ୍ରାଟ ଘଟଣା । ଓସିଏକୁ କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ କଲା କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଫ୍ଲଡ୍ ଲାଇଟ୍ ବନ୍ଦ ଯୋଗୁଁ ୩୦ ମିନିଟ୍ ବନ୍ଦ ରହିଥିଲା ମ୍ୟାଚ୍ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍। ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ। ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଯାଇଥିଲା। ପ୍ରାୟ ଅଧଘଣ୍ଟା ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା । ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା । ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ହେଲା? ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା? ଏନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ କରିଛି କ୍ରୀଡା ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking