38.1 C
Bhubaneswar
Friday, April 26, 2024
Homeନାରୀଶକ୍ତିଉଚ୍ଚ ଅଧ୍ୟୟନ ପାଇଁ ଇଂଲଣ୍ଡ ଯାଇଥିଲେ ଶୈଳବାଳା

ଉଚ୍ଚ ଅଧ୍ୟୟନ ପାଇଁ ଇଂଲଣ୍ଡ ଯାଇଥିଲେ ଶୈଳବାଳା

ନୂଆଦିଲ୍ଲୀ : ଶୈଳବାଳା ଦାସ ଥିଲେ ଜଣେ ସମାଜିକ କର୍ମୀ ତଥା ରାଜନେତ୍ରୀ । ସେ ଓଡିଶାର ପ୍ରଥମ ମହିଳା ଯିଏକି ଉଚ୍ଚ ଅଧୟନ ପାଇଁ ଇଂଲଣ୍ଡ ଯାଇଥିଲେ । ଅମ୍ବିକା ଚରଣ ହାଜ୍ରା ପୋସନ୍ନମୟୀ ଙ୍କ କନ୍ୟା ଥିଲେ ଶୈଳ ବଳା । ୨୫ ମାର୍ଚ୍ଚ ୧୮୭୫ ରେ ମଧୁସୂଦନ ଦାସଙ୍କ ଭବାନୀପୋର (କଲିକତା) ଘରେ ଜନ୍ମ ଗ୍ରହଣ କରିଥିଲେ । ଶୈଳବାଳାଙ୍କର ୫ ଭାଇଭଉଣୀ ଥିଲେ । ତାଙ୍କ ମା ଙ୍କ ଅକାଳ ବିୟୋଗ ପରେ ତାଙ୍କୁ ମଧୁସୂଦନ ଦାସ ଗ୍ରହଣ କରିଥିଲେ । ୧୯୦୩ ମସିହାରେ ସେ ଉତ୍କଳ ଯୁବକ ପୁରୁଷ ସଂଘ ଗଠନ କରିଥିଲେ ଏବଂ ଉତ୍କଳ ଯୁବ ମହିଳା ସଂଗଠନ ପରିଚାଳନା କରିଥିଲେ ।ସେ ଓଡିଶାରେ ପ୍ରଥମ ମହିଳା କଲେଜ ନିର୍ମାଣ କରିଥିଲେ । ହାଇସ୍କୁଲ ର ଶିକ୍ଷକ ହେବା ପାଇଁ ବିଧବା ମାନଙ୍କୁ ତାଲିମ ଦେବା ପାଇଁ ସେ ଏକ ହିନ୍ଦୁ ବିଧବା ତାଲିମ ବିଦ୍ୟାଳୟ ଆରମ୍ଭ କରିଥିଲେ । ୧୯୪୧ ମସିହାରେ ମହିଳା ମାନଙ୍କର ସାମାଜିକ କଲ୍ୟାଣ ପାଇଁ ଓଡିଶା ନାରୀ ସେବା ସଂଗଠନ ପ୍ରତିଷ୍ଠା କରିଥିଲେ । ସେ ପାଟନାର ଜେଲ ସେଲର ପ୍ରଥମ ମହିଳା ଇନସ୍ପେକ୍ଟର ହୋଇଥିଲେ । ବ୍ୱେଲସ ମେଡିକାଲ କଲେଜ ର ପ୍ରିନ୍ସ ପରିଚାଳନା କମିଟିରେ ଯୋଗ ଦେଇଥିବା ପ୍ରଥମ ମହିଳା ତଥା ପାଟନା ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ହୋଇଥିଲେ । ୬୦୦ ଅଧିକ ମାମଲାର ବିଚାର କରି ଶୈଳବାଳା ଭାରତର ପ୍ରଥମ ମହିଳା ମାନ୍ୟବର ମାଜିଷ୍ଟେଟ ହୋଇଥିଲେ । କଟକ ରେ ତାଙ୍କ ନାମରେ ଶୈଳବାଳା ମହା ବିଦ୍ୟାଳୟ ନାମିତ ହୋଇଛି । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଓଡ଼ିଶା ଏବଂ ବିହାରର ଶେଷ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଏଡୱାର୍ଡ ଆଲବର୍ଟ ଗାଇଟ୍ ତାଙ୍କୁ କାଇସର-ଇ-ହିନ୍ଦ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବାକୁ ଚାହୁଁଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking