28.1 C
Bhubaneswar
Friday, April 26, 2024
Homeନାରୀଶକ୍ତିପୂର୍ଣ୍ଣକାଳୀନ ମହିଳା ଅର୍ଥ ମନ୍ତ୍ରୀ - ନିର୍ମଳା ସୀତାରମଣ

ପୂର୍ଣ୍ଣକାଳୀନ ମହିଳା ଅର୍ଥ ମନ୍ତ୍ରୀ – ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ନିର୍ମଳା ସୀତାରମଣ ଜଣେ ଭାରତୀୟ ଅର୍ଥନୀତିଜ୍ଞ ତଥା ରାଜନେତା । ୨୦୧୯ ରୁ ଭାରତର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୪ ରୁ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି । ଏହ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଭାରତର ଦ୍ୱିତୀୟ ମହିଳା ପ୍ରତିରକ୍ଷା ତଥା ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ ତଥା ପୂର୍ଣ୍ଣକାଳୀନ ମହିଳା ଅର୍ଥ ମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ । ୨୦୨୧ ଫୋବର୍ସ ତାଲିକାରେ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଥିଲେ ସୀତାରମଣ । ନିର୍ମଳା ସୀତାରମଣ ତାମିଲନାଡୁର ମଦୁରାଇ ରେ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।ସାବିତ୍ରୀ ଏବଂ ନରାୟଣ ସୀତାରମଣଙ୍କ କନ୍ୟା ହେଉଛନ୍ତି ନିର୍ମଳା ।ସେ ମାଡ୍ରାସ ଏବଂ ତିରୁଚିରାପଲ୍ଲୀରେ ପାଠପଢା ଆରମ୍ଭ କରିଥିଲେ ।୧୯୮୦ ରେ ତିରୁଚିରାପଲ୍ଲୀ ରେ ରାମସ୍ୱାମୀ କଲେଜ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ସୀତାରମଣ ୨୦୦୬ ରେ ବିଜେପି ରେ ଯୋଗ ଦେଇଥିଲେ । ୨୦୧୦ ରେ ଦଳର ମୁଖପାତ୍ର ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୪ ରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ରେ ଜୁନିୟର ମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ । ଜୁନ ୨୦୧୪ ରେ ସେ ଆନ୍ଧ୍ର ପ୍ରଦେଶ ର ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୬ ରେ କର୍ଣ୍ଣାଟକରୁ ସଫଳତାର ସହ ପ୍ରତିଦ୍ୱନ୍ଦିତା କରିଥିଲେ । ସେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୯ ରେ ଭାରତୀୟ ବୟୁସେନା ଦ୍ୱାରା କରାଯାଇଥିବା ବଲାକୋଟ ଏୟାରଷ୍ଟ୍ରଇକର ନେତୃତ୍ୱ ମଧ୍ୟ ନେଇଛନ୍ତି । ସେ ବର୍ତ୍ତମାନ ଭାରତର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଭାବରେ କାର‌୍ୟ୍ୟ କରୁଛନ୍ତି ଏବଂ ଭାରତର ୪ ଟି ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୩.୧ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପହଞ୍ଚିଛି।୭ ସେପ୍ଟେମ୍ବର ୨୦୧୭ ରେ ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ସୀତାରମଣ ଦାୟିତ୍ୱ ଗ୍ରହଣ କରିଥିଲେ । ୩ ସେପ୍ଟେମ୍ବର ୨୦୧୭ ରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ, ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଦ୍ୱିତୀୟ ମହିଳା ହୋଇଥିଲେ, କିନ୍ତୁ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ୩୧ ମଇ ୨୦୧୯ ରେ ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବରେ ସୀତାରମଣ ଦାୟିତ୍ୱ ଗ୍ରହଣ କରିଥିଲେ । ୩୧ ମଇ ୨୦୧୯ ରେ ନିର୍ମଳା ସୀତାରମଣଙ୍କୁ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ସେ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ସେ ୫ ଜୁଲାଇ ୨୦୧୯ ରେ ଭାରତୀୟ ସଂସଦରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ୧ ଫେବୃଆରୀ ୨୦୨୦ ରେ ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୦–୨୧ ଉପସ୍ଥାପନ କରିଥିଲେ। ସେ ବ୍ରିଟେନର କୃଷି ଇଞ୍ଜିନିୟର୍ସ ଆସୋସିଏସନରେ ଅର୍ଥନୀତିଜ୍ଞଙ୍କ ସହକାରୀ ଭାବରେ କାର‌୍ୟ୍ୟ କରିଛନ୍ତି। ସେ ମହିଳା ଜାତୀୟ ଆୟୋଗର ସଦସ୍ୟ ଭାବରେ ମଧ୍ୟ କାର‌୍ୟ୍ୟ କରିଛନ୍ତି। ୨୦୧୭ ରେ, ସେ ହାଇଦ୍ରାବାଦରେ ପ୍ରଣବଙ୍କ ପ୍ରତିଷ୍ଠାତା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଥିଲେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ତାଙ୍କୁ ୨୦୧୯ ରେ ସମ୍ମାନିତ ଆଲୁମିନି ପୁରସ୍କାର ପ୍ରଦାନ କରିଥିଲା। ୨୦୧୯ ରେ ଦୁନିଆର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଫୋର୍ବସ୍ ମ୍ୟାଗେଜିନ ତାଙ୍କର ୩୪ ତମ ସ୍ଥାନ ଅଧିକାର କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking