29.9 C
Bhubaneswar
Tuesday, July 14, 2026
Homeଖେଳଦୁଇଟି ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ଶମୀ

ଦୁଇଟି ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ଶମୀ

କୋଲ୍‌କାତା: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଫାଷ୍ଟ ବୋଲର୍ ମହମ୍ମଦ ଶମୀ ରଣଜୀ ଟ୍ରଫିରେ କେତେକ ମ୍ୟାଚ୍ ଖେଳିବାକୁ ଚାହୁଁଥିବା ବେଙ୍ଗଲ୍ କୋଚ୍ ଲକ୍ଷ୍ମୀରତନ ଶୁକ୍ଳା କହିଛନ୍ତି। ଶମୀ ବର୍ତ୍ତମାନ ସୁଦ୍ଧା ପୂରା ମ୍ୟାଚ୍ ଫିଟ୍‌ନେସ୍ ହାସଲ କରିପାରି ନାହାନ୍ତି। ତେଣୁ ସେ ବେଙ୍ଗଲ ପାଇଁ ରଣଜୀ ଟ୍ରଫିରେ ଖେଳିପାରନ୍ତି ବୋଲି କୁହାଯାଉଛି। ଲକ୍ଷ୍ମୀରତନ କହିଛନ୍ତି, ଶମୀ କେରଳ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ନଥିଲେ। ତେବେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ବେଙ୍ଗଲ ଟିମ୍‌ରେ ଯୋଡ଼ିହେବ ବୋଲି ଆଶା କରୁଛୁ। ଶମୀଙ୍କ ମହତ୍ତ୍ୱ ସମ୍ପର୍କରେ ବେଙ୍ଗଲ କୋଚ୍ କହିଛନ୍ତି, କେତେକ ରଣଜୀ ମ୍ୟାଚ୍ ଖେଳିଲେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଉନ୍ନତ ସ୍ଥିତିରେ ରହିବେ। ସେ ଆହୁରି କହିଛନ୍ତି, ଶମୀ ଭାରତ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବଂ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍‌କୁ ତାଙ୍କ ସେବାର ଆବଶ୍ୟକତା ପଡ଼ିବ। ନିଜଟରେ ଶମୀ କହିଥିଲେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ବେଙ୍ଗଲ ପାଇଁ କିଛି ରଣଜୀ ମ୍ୟାଚ୍ ଖେଳିବାକୁ ନେଇ ସେ ବେଶ୍ ଉତ୍ସୁକ। ଲକ୍ଷ୍ମୀରତନ କହିଛନ୍ତି, ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରଣଜୀରେ ଉନ୍ନତ ପ୍ରଦର୍ଶନ ତାଙ୍କ ପାଇଁ ଉପଯୋଗୀ ହେବ। ଆମର ଚାରିଜଣ ପ୍ରମୁଖ ଖେଳାଳି ଭାରତ ଓ ଭାରତ-ଏ ପାଇଁ ଖେଳୁଥିବା ବେଳେ ଏହା ମଧ୍ୟ ଆମ ପାଇଁ ପ୍ରୋତ୍ସାହନ ହେବ।
ସୂଚନାଯୋଗ୍ୟ, ଶମୀଙ୍କ ଗୋଇଠିରେ ସର୍ଜରୀ ହୋଇଥିବା ବେଳେ ସେ ଏବେ ବିସିସିଆଇ ମେଡିକାଲ୍ ଟିମ୍ ଦେଖାଶୁଣାରେ ଅଛନ୍ତି। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ଶମୀ ସେଣ୍ଟର୍ ୱିକେଟ୍‌ରେ ବୋଲିଂ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking