32.1 C
Bhubaneswar
Wednesday, September 30, 2026
Homeଦେଶ ବିଦେଶମଝି ଆକାଶରେ ୨ ପାଇଲଟଙ୍କ ଝଗଡା: ବିମାନର ଜରୁରୀ ଅବତରଣ

ମଝି ଆକାଶରେ ୨ ପାଇଲଟଙ୍କ ଝଗଡା: ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ମଝି ଆକାଶରେ ମହାଭାରତ । ବିମାନ ଅପହରଣ ନୁହେଁ, ପାଇଲଟଙ୍କ ମଧ୍ୟରେ ମାରପିଟ ଯୋଗୁଁ ଦୁଇ ମିନିଟରେ ୧୭ ହଜାର ୪ ଶହ ଫୁଟ ତଳକୁ ଖସିଲା ବିମାନ । ଦୁବାଇରୁ ଇସ୍ରାଏଲର ତେଲ ଆଭିଭ ଅଭିମୁଖେ ଯାଉଥିବା ଫ୍ଲାଏ ଦୁବାଇର ଏକ ବିମାନରେ ବଡ ଧରଣର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନଟି ହଠାତ ମାତ୍ର ଦୁଇ ମିନିଟ ମଧ୍ୟରେ ୧୭ ହଜାର ୪ ଶହ ଫୁଟ ତଳକୁ ଖସି ପଡିବା ସହ ହାଇଜାକ ସିଗ୍ନନାଲ ଦେଇଥିଲା । ତେବେ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା , ଏହା କୌଣସି ଆତଙ୍କବାଦୀ ଆକ୍ରମଣ ବା ଅପହରଣ ନଥିଲା । ବରଂ କକପିଟ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା ପ୍ରବଳ ମାରପିଟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କକପିଟ ଭିତରେ ଝଗଡା ଚାଲିଥିବା ବେଳେ ପାଇଲଟମାନେ ପ୍ରଥମେ ସାଧାରଣ ଜରୁରୀ କାଳୀନ ସିଗନାଲ ବା ପରେ ବିମାନ ଅପହରଣର ସିଗନାଲ ସ୍କ୍ୱାକ ୭୫୦୦ ଆକ୍ଟିଭେଟ କରିଦେଇଥିଲେ ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା । ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ମାତ୍ରେ ଇସ୍ରାଏଲ ସରକାର ଆଲର୍ଟ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜରୁରୀକାଳୀନ ବୈଠକ ଡକାଇଥିଲେ । ଏବଂ ବିମାନକୁ ଘେରିବା ପାଇଁ ଇସ୍ରାଏଲ ବାୟୁ ସେନାର ଯୁଦ୍ଧ ବିମାନ ଆକାଶକୁ ଓହ୍ଲାଇଥିଲେ । ବିମାନର ଗତିପଥ ବଦଳାଇ ସାଉଦି ଆରବ ତାବୁକରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ୧୭୪ ଜଣ ଯାତ୍ରୀ ଏବଂ କ୍ର୍ୟୁ  ମେମ୍ବର ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଯାତ୍ରୀମାନଙ୍କୁ ଇସ୍ରାଏଲ ପଠାଇବା ପାଇଁ ଦୁବାଇରୁ ଆଉ ଏକ ବିମାନ ପଠାଯାଉଛି । ଦୁଇ ପାଇଲଟଙ୍କ ମଧ୍ୟରେ କେଉଁ କାରଣ ପାଇଁ ଏଭଳି ମାରପିଟ ହେଲା ସେନେଇ ଫ୍ଲାଏ ଦୁବାଇ, ସୁରକ୍ଷା ଏଜେନ୍ତି ଗୁଡିକ ପକ୍ଷରୁ ତଦନ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking